ନୃସିଂହନାଥ ରେଂଜରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅଂଚଳବାସୀ ମାନେ ମଧ୍ୟ ଆତଙ୍କିତ ହୋଇପଡିଥିବା ଜଣାପଡିଛି । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା ସୂଚନା ରହିଛି । ଅନ୍ୟପଟେ ବର୍ଷା ଓ ମରୁଡି ଭଳି ଦୁଇଟି ପ୍ରାକୃତିକ ପରିବର୍ତ୍ତନରେ ଜର୍ଜରିତ ହୋଇ ବରଗଡ ଜିଲ୍ଲା ବାସିନ୍ଦା ବହୁ କଷ୍ଟରେ ଧାନ ଫସଲ କରିବାରେ ସକ୍ଷମ ହୋଇଥିଲେ । ହେଲେ ଫସଲ ଖାଇବା ସହ ବିଲକୁ ଆସି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ଏନେଇ ବନ ବିଭାଗ ଲୋକଙ୍କୁ ସତର୍କ କରିଛି । ଅନ୍ୟପଟେ ହାତୀଙ୍କୁ ନେଇ ବନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଅଂଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.