ଦନ୍ତା ହାତୀର ଉପଦ୍ରବରେ ଅତିଷ୍ଟ ବଣାଇଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକ

ବଣାଇ, (ହବିବ ମହମ୍ମଦ) : ବିଗତ ଚାରିଦିନରୁ ବଣାଇଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକ ହାତୀ ଆତଙ୍କରେ ଅତିଷ୍ଟ ହେଉଛନ୍ତି । ଗତରାତି ଲୋକେ ଖାଇସାରି ନିଜ ନିଜ ଘରେ ଶୋଇଥିବା ସମୟରେ ଏକ ଦନ୍ତା ହାତୀ ପାଣ୍ଡ୍ରିଶିଲା ଗ୍ରାମରେ ଦୁଇଟି ଘର ଭାଙ୍ଗି ଦେଇଛି । ଜୀବନ ବିକଳରେ ପରିବାର ଲୋକେ ଛୋଟ ପିଲାଙ୍କୁ ନେଇ କୌଣସି ପ୍ରକାରେ ବାହାରି ଆସି ବର୍ତ୍ତି ଯାଇଥିବା ଜଣାପଡିଛି । ବନବିଭାଗକୁ ଫୋନ କରି ଜଣାଇବାରୁ ବନବିଭାଗ ଏବଂ ପୋଲିସ ଆସି ପହଂଚି ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ଦନ୍ତା ହାତୀ ବଣାଇ ଅଂଚଳରେ ବିଭୀଷିକା ରଚୁଥିବା ବେଳେ କୌଣସି ସ୍ଥାୟୀ ପ୍ରତିକାର ନ ହେଉଥିବାରୁ ବନବିଭାଗ ପ୍ରତି ଜନସାଧାରଣ କ୍ଷୋଭ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.