ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ଏକ ଜଙ୍ଗଲୀ ହାତୀ ବୁଲୁଥିବା ଜଣାପଡିଛି । ହାତୀଟି ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଅନୁମାନ କରାଯାଉଛି । ହାତୀର ଉପସ୍ଥିତି ଜାଣିବା ପରେ ବନ ବିଭାଗ ହାତୀକୁ ନିଜ ଟ୍ରାପରେ ରଖିବା ସହ ହାତୀକୁ ଆଖପାଖ ଅଞ୍ଚଳରେ ଜଗି ରହିଛି ବନ ବିଭାଗ । ହାତୀ ଆସିଥିବା ନେଇ ଅଞ୍ଚଳର ଜନ ସାଧାରଣମାନଙ୍କୁ ସୂଚନା ପ୍ରଦାନ କରାଯିବା ସହ ସଚେତନ କରିଛି ବନ ବିଭାଗ । ହାତୀ ଦିନ ବେଳେ ଆରାମ କରି ରାତିରେ ଯିବା ଆସିବା କରିଥାନ୍ତି ସେଥିପାଇଁ ସନ୍ଧ୍ୟାରେ ବନ ବିଭାଗ ହାତୀ ଘଉଡ଼ାଇବା ଆରମ୍ଭ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି ନୃସିଂହନାଥ ରେଞ୍ଜର ରାଜେନ୍ଦ୍ର କୁମାର ଭୋଇ ।
Next Post