ls

ଆଡେଣିଗଡରେ ନୂତନ ସାପ୍ତାହିକ ହାଟର ଉଦଘାଟନ

sb

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ନୂତନ ସାପ୍ତାହିକ ହାଟର ଶୁଭ ଉଦ୍‌ଘାନ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନଙ୍କ ଦ୍ୱାରା ହୋଇଯାଇଛି । ସ୍ଥାନୀୟ ଶିବମନ୍ଦିର ନିକଟରେ ହାଟଟି ବସିବ ବୋଲି ସ୍ଥିର କରାଯାଇଛି । ବ୍ୟବସାୟିକ ଏବଂ ବଜାର ସୁବିଧାକୁ ଦୃଷ୍ଟିରେ ରଖି ଆଡେଣିଗଡରେ ଏକ ସାପ୍ତାହିକ ହାଟ ଖୋଲିବା ପାଇଁ ଦାବୀ ହୋଇଆସୁଥିଲା । ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବୀ ପୂରଣ ହେବା ସହିତ ହାଟ ପାଇଁ ଆଉ ଲୋକଙ୍କୁ ଚାରିଛକ, ମାଧପୁର ହାଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ସାପ୍ତାହିକ ହାଟ ପାଇଁ ସ୍ଥାୟୀ ବଜାର ଘର ନିର୍ମାଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ପ୍ରତ୍ୟେକ ବୁଧବାର ହାଟ ବସିବ ଏବଂ ଆଡେଣିଗଡ ପଞ୍ଚାୟତର ଦୁର୍ଗମ ଅଂଚଳ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ମତ ପ୍ରକାଶ ପାଇଛି ।

pc pk
Leave A Reply

Your email address will not be published.