ହସ ଜରୁରୀ – ନରେନ୍ଦ୍ର ମୋଦୀଙ୍କ ହାଲୁକା ମୁହୂର୍ତ୍ତ

ରାଜନୀତିରେ, ହାସ୍ୟରସ ଏକ ଶକ୍ତିଶାଳୀ ଶକ୍ତି – ଏକ କଳା ଯାହା ମାନସିକ ଚାପକୁ ନିରସ୍ତ୍ର କରିପାରେ, ଯୋଗାଯୋଗ ବଢ଼ାଏ ଏବଂ ସତ୍ୟକୁ ଉଜାଗର କରିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ, ହାସ୍ୟରସ ଅଳଙ୍କାର ଅପେକ୍ଷା ଅନେକ ଗୁଣା ବଡ଼; ଏହା ତାଙ୍କ ନେତୃତ୍ୱ ଶୈଳୀରେ ବୁଣାଯାଇଥିବା ଏକ ସ୍ପନ୍ଦନଶୀଳ ସୂତ୍ର।

ସଂସଦରେ କାବ୍ୟିକ ଉପସ୍ଥାପନା ହେଉ ବା ଶବ୍ଦର ଚାତୁରୀ, ଗୁଜରାଟର କୌଣସି ସାଧାରଣ ସଭାରେ ବ୍ୟଙ୍ଗ କଟାକ୍ଷ ଅଥବା ବିଶ୍ୱ ମଞ୍ଚରେ ଚମକଦାର ପ୍ରତିପକ୍ଷର ଭୂମିକା, ସବୁ କ୍ଷେତ୍ରରେ ତାଙ୍କର ବୁଦ୍ଧି ରାଜନୈତିକ ଆଲୋଚନାରେ ଉଷ୍ମତା ଏବଂ ସମ୍ପର୍କର ନିବିଡ଼ତା ଆଣିଥାଏ। ତାଙ୍କ ଭିତରେ ହାଲୁକା ଭାବ ସର୍ବଦା ଉପସ୍ଥିତ, ଏହା ପ୍ରତିପାଦିତ କରେ ଯେ ଯେତେବେଳେ ସତ୍ୟ ହସ ସହିତ ଉପସ୍ଥାପନ ହୁଏ ତାହା ଗଭୀର ପ୍ରଭାବ ପକାଏ, ଆନନ୍ଦ ଦିଏ- ଚିର ସ୍ଥାୟୀ ହୋଇଯାଏ। ଆଉ ମୋଦୀଙ୍କ ଭାଷାରେ ଏହା ମନ ଓ ମାନସ ଭିତରେ ସେତୁବନ୍ଧ ପାଲଟେ।

ଗୁଜୁରାଟର ସମୟ: ଖଣ୍ଡା ଏବଂ ଖର୍ପର ଭଳି ବ୍ୟଙ୍ଗ

ଯେତେବେଳେ ମୋଦୀ ମୁଖ୍ୟମନ୍ତ୍ରୀ ହେଲେ, ତାଙ୍କର ହାସ୍ୟରସ  ଧାରୁ ଆ ଖଣ୍ଡାପରି ଚାଲିଲା।  ଭିଡ଼ ଶୋଭାଯାତ୍ରାରେ, ସେ କଂଗ୍ରେସଦକୁ ଏପରି ବ୍ୟଙ୍ଗ କରିଲ; ଯେମିତି କୌଣସି ବଲିଉଡ୍‍ ଫିଲ୍ମର ଡାଏଲଗ୍‍। ସେ କହିଥିଲେ:

 “Congress kenetaaisevaadekartehainjaiseSholay ka Gabbar – ‘Arre O Sambha, kitne vote laaye?’”

ଗରିବ କଲ୍ୟାଣ ମେଳାରେ, କଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହେଉଥିଲାବେଳେ ସେ ତାଙ୍କର ସମାଲୋଚକମାନଙ୍କୁ ସମାଲୋଚନା କରି କହିଥିଲେ:

‘ ତାଙ୍କୁ ଗରିବ କଲ୍ୟାଣ ମେଳା ପସନ୍ଦ ନାହିଁ, ବୋଧହୁଏ ସେମାନେ ଗରିବକ୍ରନ୍ଦନ ମେଳା କରିବାକୁ ଚାହୁଁଛନ୍ତି’।

ଏବଂ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ପ୍ରତିଦ୍ୱନ୍ଦ୍ୱୀଙ୍କ ଆକ୍ରମଣକୁ କିପରି ମୁକାବିଲା କରନ୍ତି, ତାଙ୍କର ଉତ୍ତର ସମ୍ପୂର୍ଣ୍ଣ ଉପସ୍ଥିତ ବୁଦ୍ଧି ଥିଲା:

” ମୁଁ ସବୁବେଳେ ୨-୩  କିଲୋ ଗାଳି ଖାଉଛି, ସେଥିପାଇଁ ମୋତେ କିଛି ହୁଏ ନାହିଁ।”

ଏହି କଟାକ୍ଷ ଏତେ ସ୍ମରଣୀୟ ହୋଇଗଲା ଯେ ସେ ଅନେକ ବର୍ଷ ପରେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଏହାକୁ ପୁନରାବୃତ୍ତି କରିଥିଲେ।

ଭିଡିଓ: https://youtu.be/NrFb1Dhr6bI?feature=shared

ବିଧାନସଭାରେ, ଅସ୍ତ୍ର ଅପେକ୍ଷା ତାଙ୍କ ହାସ୍ୟରସ ଦୁଇ ଗୁଣ କବଚ ଭାବରେ ବ୍ୟବହୃତ ହୋଇଥିଲା। ଯେତେବେଳେ ବିରୋଧୀ ବିଧାୟକମାନେ ତାଙ୍କ ଉପରେ ଏକଛତ୍ରବାଦର ଅଭିଯୋଗ ଆଣିଥିଲେ, ସେ ଜବାବ ଦେଇଥିଲେ:

‘ବୋଧହୁଏ ଆପଣଙ୍କୁ ଏହା ଅଡ଼ୁଆ ଲାଗୁଛି ଯେ ମୁଁ ଆପଣଙ୍କ ଭଳି ଅବକାଶରେ ଆସିଥିବା ମୁଖ୍ୟମନ୍ତ୍ରୀ ନୁହେଁ।’

ତାଙ୍କର ଏଭଳି ବ୍ୟଙ୍ଗମୂଳକ ବକ୍ତବ୍ୟ  ଭିଡ଼କୁ ମନୋରଞ୍ଜନ କରିବା ସହିତ ତାଙ୍କୁ ବିରୋଧୀଙ୍କ ପ୍ରହାରକୁ ପ୍ରତିରୋଧ କରିବାକୁ ସଶକ୍ତ କରୁଥିଲା।

ପ୍ରଧାନମନ୍ତ୍ରୀ: ଢିଙ୍କିଶାଳରୁ ବିଶ୍ୱଗୁରୁ

ପ୍ରଧାନମନ୍ତ୍ରୀ ଭାବରେ, ମୋଦୀଙ୍କ ବୁଦ୍ଧିମତ୍ତାକୁ ଏକ ବଡ଼ ମଞ୍ଚ ମିଳିଥିଲା। ସଂସଦକୁ ମୁକାବିଲାର ଏକ ଆଉଟା ଚାମଚ ଭାବେ ଗ୍ରହଣ କରାଯାଏ ଯେଉଁଥିରେ ପ୍ରାୟତଃ ବୁଦ୍ଧି ଏବଂ ହାସ୍ୟରସ ପ୍ରମୁଖ ଭୂମିକା ନିଏ। ଉଦାହରଣ ସ୍ୱରୂପ, ୨୦୧୮ରେ ଭାଇରାଲ୍‍ ହୋଇଥିବା ରାହୁଲ ଗାନ୍ଧିଙ୍କ ଆଖି ମରା ଭିଡିଓ ହାସ୍ୟରସରେ ପରିଣତ ହୋଇଥିଲା। ପୁଣି ଯେତେବେଳେ ମୋଦୀ ଏହାକୁ ଅନୁକରଣ କରିଥିଲେ ସାଂସଦମାନେ ହସି ହସି ବେଦମ ହୋଇଯାଇଥିଲେ। ଏପରି ମୁହୂର୍ତ୍ତରେ ତାଙ୍କର ହାସ୍ୟରସ ଗମ୍ଭୀରତାକୁ ହ୍ରାସ କରି ନଥିଲା ବରଂ ସୃଷ୍ଟି ହେଉଥିବା ଚାପ ନିରସ୍ତ୍ର ହୋଇଥିଲା।

Video:https://youtu.be/iAUbUZVt_Ws?feature=shared

ସଂସଦୀୟ ଆଶ୍ଚର୍ଯ୍ୟ ଏବଂ ରାଜନୈତିକ ଦ୍ୱନ୍ଦ୍ୱ 

ଲେଉଟିଲା ପ୍ରସିଦ୍ଧ “ଟ୍ୟୁବଲାଇଟ୍” ପ୍ରସଙ୍ଗ

ଫେବୃଆରୀ ୨୦୨୦ରେ ଲୋକସଭା ବିତର୍କ ସମୟରେ ଏକ ଜବରଦସ୍ତ ତର୍କ ହୋଇଥିଲା। “ଯୁବକ ମାନେ ଛଅ ମାସରେ ମୋଦୀଙ୍କୁ ବାଡ଼ିରେ ପିଟିବେ” ବୋଲି ରାହୁଲ ଗାନ୍ଧୀ ମନ୍ତବ୍ୟ ଦେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏକ ଉତ୍ତର ଦେଇଥିଲେ ଯାହା ଅନେକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ଆଜିବି ସ୍ମରଣୀୟ ହୋଇ ରହିଛି।

ରାହୁଲ ଗାନ୍ଧୀ ଏକ ଶୋଭାଯାତ୍ରାରେ କହିଥିଲେ: “ନରେନ୍ଦ୍ର ମୋଦୀ ଯିଏ ଆଜି ଭାଷଣ ମାରୁଛନ୍ତି, ଆସନ୍ତା ସେ ଛଅ-ସାତ ମାସରେ ସେ ତାଙ୍କ ଘରୁ ବି ବାହାରକୁ ବାହାରି ପାରିବେ ନାହିଁ। ଭାରତର ଯୁବପିଢ଼ି ତାଙ୍କୁ ବାଡ଼ିରେ ପିଟିବେ”।

ଆଉ ଯେତେବଳେ ସଂସଦରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩୦-୪୦ ମିନିଟର ଭାଷଣ ପରେ ବାଧା ସୃଷ୍ଟି କଲେ, ପ୍ରଧାନମନ୍ତ୍ରୀ ଏହି ପଞ୍ଚଲାଇନ୍ ଦେଇଥିଲେ, ଯାହା ବିନାଶକାରୀ ହୋଇଥିଲା:

“ମୁଁ ୩୦-୪୦ ମିନିଟ ଧରି କହୁଛି କିନ୍ତୁ କରେଣ୍ଟ ପହଞ୍ଚିବାକୁ ଏତେ ସମୟ ଲାଗିଲା। ‘ବହୁତଗୁଡ଼ିଏ ଏହିପରି ହୋଇଥାନ୍ତି’।

ଏହାପରେ ବିଜେପି ସଦସ୍ୟମାନେ ହସି ହସି ଖୁସିରେ ଡେସ୍କ ବାଡ଼େଇଲେ।ମୋଦୀ ତା’ପରେ ବ୍ୟଙ୍ଗ କରି କହିଲେ ଯେ ସେ ଗାନ୍ଧୀଙ୍କ ଲାଠି ପ୍ରହାର ପାଇଁ ପ୍ରସ୍ତୁତ ହେବେ:

“ମୁଁ ଆହୁରି ସୂର୍ଯ୍ୟ ନମସ୍କାର କରିବି ଯାହାଦ୍ଵାରା ମୋର ପିଠି ପ୍ରହାର ପାଇଁ ପ୍ରସ୍ତୁତ ହୋଇପାରିବ… ମୁଁ ନିଜକୁ ଗାଳି-ପ୍ରୁଫ ଏବଂ ବାଡ଼ି-ପ୍ରୁଫ ମଧ୍ୟ କରିବି। ଏକ ପ୍ରକାରେ, ମୁଁ କୃତଜ୍ଞ ଯେ ମୋତେ ଆଗୁଆ ସୂଚନା ଦିଆଯାଇଛି”।

ମୋଦୀ ଥରେ ବାରମ୍ବାର ବାଧା ସୃଷ୍ଟି କରୁଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିଷୟରେ ମଜାସହକାରେ କହିଥିଲେ ଯେ ସେ ” ବାରମ୍ବାର ନିରନ୍ତରଭାବେ ତାଙ୍କ ଆସନରୁ ଉଠି ସଂସଦରେ ‘ଫିଟ୍ ଇଣ୍ଡିଆ’ ଅଭିଯାନର ପ୍ରଚାର” କରୁଛନ୍ତି।

ସେହିପରି, ବେକାରୀ ସମସମ୍ୟାର ଆଲୋଚନାର ଉତ୍ତର ଦେବା ସମୟରେ, ମୋଦୀ କଟାକ୍ଷ କରିଥିଲେ: “ମୁଁ ଦେଶରେ ବେକାରୀ ସମାଧାନ କରିବି କିନ୍ତୁ ବିରୋଧୀଙ୍କ ବେରୋଜଗାରୀ ନୁହେଁ”।

ପୁଣିଥରେ ତାଙ୍କର ବୁଦ୍ଧି ପ୍ରଦର୍ଶନ କରି, ଅନ୍ୟ ଏକ ସଂସଦୀୟ ଉତ୍ସବରେ, ମୋଦୀ ସମାଲୋଚକମାନଙ୍କୁ କହିଥିଲେ: “ଯଦି ମୁଁ ଆପଣଙ୍କୁ ପଏଣ୍ଟ ଟୁ ପଏଣ୍ଟ ଉତ୍ତର ଦେବା ଆରମ୍ଭ କରେ, ତେବେ ମୁଁ ଗୁଗଲ୍ ସର୍ଚ୍ଚ ପରି ହୋଇଯିବି,” ଏହା ଶୁଣି ଦଳ ମତ ନିର୍ବିଶେଷରେ ସମସ୍ତେ ହସିପକାଇଥିଲେ।

ଯୁବକମାନଙ୍କ ସହିତ ହସ-ଖୁସି

ଛାତ୍ରମାନଙ୍କ ସହିତ, ତାଙ୍କର  ହସଖୁସି ଅତ୍ୟନ୍ତ ଲୋକପ୍ରିୟ ହୋଇଛି।  ଯୁବକଙ୍କ ଭାଷାରେ ସେ ତାଙ୍କ ସହ କଥା ହବୋକୁ ଚାହିଛନ୍ତି। ସ୍ୱତଃସ୍ଫୁର୍ତ୍ତଭାବେ ସେ “ପବ୍‍ଜିଓ୍ୱାଲା ହୈ କ୍ୟା?”  କହିବା ଏକ ଇନ୍‍ଷ୍ଟାଣ୍ଟ ମିମ୍‍ରେ ପରିଣତ ହୋଇଥିଲା। ।

Video: https://www.youtube.com/watch?v=bArL0nZJqcw

ପରବର୍ତ୍ତୀ ସମୟରେ ‘ନୁବ’ ଶବ୍ଦଟିକୁ ପଢ଼ିବା ସମୟରେ ସେ କହିଥିଲେ ‘ ମୁଁ ବି ନୁବ କି? ବୋଲି ପଚାରିଥିଲେ। ଏହା ସଙ୍ଗେ ସଙ୍ଗେ ମୋଦୀଙ୍କ ଭଳି ଜଣେ ପ୍ରଚଣ୍ଡ ପ୍ରତିଭାଧାରୀଙ୍କୁ ଆପଣାର କରି ପକାଇଥିଲା।

Video:https://www.youtube.com/shorts/HM3kYeluLT8

ସହଜ ଭାବରେ କୂଟନୀତି

ବିଶ୍ୱ ମଞ୍ଚରେ, ହାସ୍ୟରସ ମଧ୍ୟ ଏକ କୂଟନୈତିକ ଉପକରଣ ହୋଇଯାଇଛି। ଇମାନୁଏଲ ମାକ୍ରନଙ୍କୁ ମୋଦୀ ଏ ବେଶ୍‍ ବ୍ୟଙ୍ଗାତ୍ମକ ଶୈଳୀରେଆଜିକାଲି,  ଆପଣମାନେ ଟ୍ୱିଟରରେ ଲଢ଼ୁଛନ୍ତି?’’ ବୋଲି ପଚାରି ସମ୍ପର୍କକୁ ସହଜ କରିବାରେ ସକ୍ଷମ ହୋଇଛନ୍ତି।

Video: https://youtube.com/shorts/C9HOfWFt6qU?feature=shared

କାରିବିଆନ୍ କ୍ରିକେଟର୍ କ୍ରିସ୍ ଗେଲ୍ ଏବଂ ଡାରେନ୍ ସାମିଙ୍କ ସହ, ସେ ସେମାନଙ୍କ ଛ’ ମାରିବା ଏବଂ ନୃତ୍ୟଶୈଳୀ  ବିଷୟରେ କଥା ହୋଇ ସହଜ ହୋଇଯାଇଥିଲେ। ଏହି ମୁହୂର୍ତ୍ତଗୁଡ଼ିକରେ, କୂଟନୀତି ଏବଂ ଖେଳୁଆଡ଼ ମୋନଭାବର ଏକ ମିଶ୍ରଣ ଦେଖିବାକୁ ମିଳିଥିଲା।

Video:https://www.youtube.com/shorts/EkkmnPTapB4

ମାନସିକ ଚାପ ଭାଙ୍ଗିବା

ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ, ଭାଷାନ୍ତରଣକାରୀ ଇଂରାଜୀ ଏବଂ ହିନ୍ଦୀକୁ ଅଦଳ ବଦଳ କରିବା ସମୟରେ ବ୍ୟସ୍ତ ହୋଇ ଚାପଗ୍ରସ୍ତ ହେଲା ଭଳି ମନେ ହେଉଥିଲା। ଏପିରସ୍ଥିତିକୁ ଗମ୍ଭୀର ଅସ୍ୱସ୍ତିକର ହେବାକୁ ନ ଦେଇ, ମୋଦୀ ତୁରନ୍ତ ହସି ମଜା କରି କହିଲେ:

“ଚିନ୍ତା କରନାହିଁ, ଆମେ ଭାଷା ମିଶାଇ ପାରିବା।”

କ୍ରିଏଟର୍ସ ଏବଂ ଜନସାଧାରଣଙ୍କ ସହିତ

ଜାତୀୟ କ୍ରିଏଟର୍ସ ପୁରସ୍କାରରେ, ସେ ପରିସ୍ଥିତିକୁ ହାଲୁକା କରି କହିଥିଲେ: “Chaliye, mood toh har ekkebhothotehai bhai.”

ମଜାରେ, ମାଇକ୍ରୋଫୋନ୍ ମାଗିବା ବେଳେ କହିଥିଲେ: “ମାଇକ୍‍ ଦେ ଦିଜିୟେ କାମ୍‍ ଆୟେଗା।”

Video: https://www.youtube.com/watch?v=Mk0YAvIOZU0

ନିରସ୍ତ୍ରୀକରଣ ଭାବରେ ବୁଦ୍ଧି

ତାଙ୍କର କିଛି କଟୁ ସମାଲୋଚନାକୁ ହାସ୍ୟରସରେ ରୂପାନ୍ତର କରାଯାଇଛି। ୨୦୧୪ନିର୍ବାଚନ ପ୍ରଚାର ସମୟରେ, ସେ କଂଗ୍ରେସର ପତନକୁ ଏକ ସ୍ପଷ୍ଟ ଧାଡିରେ ପରିହାସ କରି କହିଥିଲେ: “୪୦୦ ସେ ୪୦ ହୋ ଗୟେ।”

Video: https://www.youtube.com/shorts/vsEQLR7Sp_s

ପାକିସ୍ତାନ ସନ୍ଦର୍ଭରେ କହିଥିଲେ: ସେମାନଙ୍କ ପାଇଁ ପତାକା ଉପରେ ଛାଡ଼ିଦିଅ ଆଉ ମୋ ପାଇଁ ଚନ୍ଦ୍ରରେ ପତାକା ଉଡ଼ିବା ଦରକାର।

Video: https://youtube.com/shorts/HOsMCG2fmL0?feature=shared

୨୦୧୭ ମସିହାରେ, ଡକ୍ଟର ମନମୋହନ ସିଂହଙ୍କ ଉପରେ ତାଙ୍କର ମନ୍ତବ୍ୟ – “ସେ ରେନକୋଟ୍ ପିନ୍ଧି ବାଥରୁମରେ ଗାଧୋଇବାର କଳା ଜାଣିଥିଲେ” – ହଙ୍ଗାମା ସୃଷ୍ଟି କରିଥିଲା।

ମଜା କାଥାରେ ଭାରତର ପୁନଃବ୍ରାଣ୍ଡିଂ

ବିଶ୍ୱବ୍ୟାପୀ ଦର୍ଶକଙ୍କୁ ସମ୍ବୋଧିତ କରିବା ସମୟରେ, ମୋଦୀ ପ୍ରାୟତଃ ଭାରତର ପରିବର୍ତ୍ତନକୁ ସ୍ମରଣୀୟ କରିବା ପାଇଁ ବୁଦ୍ଧିକୁ ବାଟ ଭାବେ ବାଛିଛନ୍ତି।

୨୦୧୪ମସିହାରେ ମାଡିସନ୍ ସ୍କୋୟାର ଗାର୍ଡେନରେ, ସେ ଭାଷଣ ଦେଉଥିବା ବେଳେ ଗୋଟିଏ କଥାର ପ୍ରଚଳିତ ଧାରାକୁ ଓଲଟାଇ ଦେଇଥିଲେ। ସେ କହିଥିଲେ‘ ଆମ ପୂର୍ବପୁରୁଷ ସାପମାନଙ୍କ ସହ ଖେଳୁଥିଲେ; ଆଜି ଆମଲୋକମାନେ ମାଉସ୍‍ ସହ ଖେଳୁଛନ୍ତି’’।

ଏହି ଧାଡ଼ିଟି ଶୁଣି ଦର୍ଶକଙ୍କ ପ୍ରବଳ କରତାଳି ଦେଇଥିଲେ – ଆଶ୍ଚର୍ଯ୍ୟର କଥା ନୁହେଁ। ତାଙ୍କ କହିବା କଥା ଥିଲା ଭାରତ, ଯାହାକୁ ଥରେ ରହସ୍ୟବାଦୀଙ୍କ ଦେଶ ଭାବରେ କଳ୍ପନା କରାଯାଉଥିଲା, ଏବେ ଏହାକୁ ଆଇଟି ଦକ୍ଷତାର କେନ୍ଦ୍ର ଭାବରେ ପୁନଃନିର୍ମାଣ କରାଯାଇଛି।

ସେହି ଆମେରିକା ଗସ୍ତରେ, ଭାରତର ମଙ୍ଗଳ ମିଶନ ବିଷୟରେ କହିବାକୁ ଯାଇ ସେ ମହାକାଶ ବିଜ୍ଞାନକୁ ପ୍ରତିଦିନର ଅଟୋ ଭଡ଼ା ସହିତ ତୁଳନା କରିଥିଲେ:

“ଅହମ୍ମଦାବାଦରେ, ଆପଣ ଏକ ଅଟୋରେ ଏକ କିଲୋମିଟର ଯାତ୍ରା କରିବାକୁ ୧୦ ଟଙ୍କା ଖର୍ଚ୍ଚ କରନ୍ତି। ଆମେ ମଙ୍ଗଳ ଗ୍ରହକୁ ଯିବା ପାଇଁ ୬୫ କୋଟି କିଲୋମିଟର ଯାତ୍ରା କରିଛୁ, ଏଥିରେ ପ୍ରତି କିଲୋମିଟର ଯାତ୍ରାକୁ ମାତ୍ର ୭ ଟଙ୍କାରେ ଶେଷ କରିଛୁ।”

ସଂକ୍ଷେପରେ, ମୋଦୀଙ୍କ ହାସ୍ୟରସ ସାଧାରଣ ଲୋକଙ୍କୁ ତୁରନ୍ତ ଏକ ବିଷୟ ସହ ଯୋଡ଼ିବା ଲାଗି ପ୍ରଭାବଶାଳୀ ଭୂମିକା ନିର୍ବାହ କରି ଆସିଛି। କ୍ରିକେଟ୍, ସିନେମା, ପ୍ରବାଦ, ଏବଂ ଏପରିକି ଅନଲାଇନ୍ ଗେମିଂକୁ ସେ ଏଥିଲାଗି ବ୍ୟବହାର କରିଛନ୍ତି। ଏହି ଭଳି  ବିଭିନ୍ନ କ୍ଷେତ୍ରରୁ ବିଷୟକୁ ଯୋଡ଼ି ସେ ପିଢି଼ ପରେ ପିଢ଼ି ପହଞ୍ଚିବାରେ ସହାୟକ ହୋଇଛନ୍ତି।

ଅନ୍ୟପକ୍ଷରେ ହାସ୍ୟରସ ତାଙ୍କ ପାଇଁ ଅନ୍ୟକୁ ଏକ ନିରସ୍ତ୍ର ଉପକରଣ ଭାବରେ କାର୍ଯ୍ୟ ମଧ୍ୟ କରିଛି, ଏହା ଶତ୍ରୁତାକୁ ପ୍ରଶମିତ କରିଛି ଏବଂ ରାଜନୈତିକ ଆଦାନପ୍ରଦାନରେ ଉତ୍ତେଜନାକୁ ହ୍ରାସ ବି କରିଛି। କିନ୍ତୁ କେବେ ତାଙ୍କ ଦୃଢ଼ ନେତୃତ୍ୱ ସହ ସାଲିସ କରିନାହିଁ। ତାଙ୍କର ଲମ୍ବା ବକ୍ତବ୍ୟ ଏଇଥିପାଇଁ ଅନେକ ସମୟରେ ସଂକ୍ଷିପ୍ତ  ମିମ୍ ଏବଂ ହ୍ୱାଟ୍ସଆପ୍ ଫରୱାର୍ଡ ଭାବରେ ପ୍ରସାରିତ ହୋଇ  ‘କ୍ୟାଚ୍ ଫ୍ରେଜ୍’ ରେ ପରିଣତ ହୋଇଛି।

ସର୍ବୋପରି, ତାଙ୍କର ହାସ୍ୟରସ ତାଙ୍କ ନେତୃତ୍ୱରେ ମାନବିକତା  ଭରିଥାଏ। ଯେତେବେଳେ ସେ ପ୍ରତିଦିନ “୨-୩ କିଲୋ ଗାଳି ଖାଆନ୍ତି”  ବୋଲି ମଜାରେ କହୁଥିଲେ କିମ୍ବା ନିଜକୁ “ନବ୍” ବୋଲି କହୁଥିଲେ, ସେ ନିଜର ଉଚ୍ଚ ପଦପଦବୀ କଥା ଭାବୁ ନଥିଲେ। ବରଂ କ୍ଷମତାର ଭାର ଭିତରେ ନିଜକୁ ଜଣେ ସାଧାରଣ ମଣିଷ ଭାବେ ପରିଚୟ ଦେଉଥିଲେ।

ରାଜନୀତିରେ, ହସ ବିରଳ, କିନ୍ତୁ ଯେତେବେଳେ ଏହା ଆସେ, ଏହା ଏକ ଭାଷଣ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟତଃ ଏହା ଦେଖାଇଛନ୍ତି ଯେ ଏକ ତୀକ୍ଷ୍ଣ ହାସ୍ୟରସ  ବହନ କରିଥିବା ଭାବନା ବିରୋଧୀମାନଙ୍କୁ ନିରସ୍ତ୍ର କରିପାରିବ, କାହାର ହୃଦୟ ଜିତିପାରିବ ଏବଂ ସବୁଠାରୁ ଅପ୍ରତ୍ୟାଶିତ ଉପାୟରେ ସତ୍ୟ ପ୍ରଦାନ କରିପାରିବ। ତାଙ୍କର ମଜାଦାର ଗୋଟିଏ ଗୋଟି ଧାଡ଼ି,  ଚମକଦାର କଥା ପଦେ ଏବଂ ହାଲୁକା ମୁହୂର୍ତ୍ତଗୁଡ଼ିକ ଆମକୁ ମନେ ପକାଇ ଦିଏ ଯେ ରାଜନୀତିର ଉଷ୍ମତାରେ ବି ହସିବା ଜରୁରୀ।

Leave A Reply

Your email address will not be published.