oom

ପ୍ଲାଷ୍ଟିକ ମୁକ୍ତ ହେବ ହରିଶଙ୍କର

jsmm
  • ଯୁବ କୁଲୁତା ସମାଜର ନିଆରା ପ୍ରୟାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କରର ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ହଜାର ହଜାର ଲୋକଙ୍କ ସମାଗମ ଲାଗି ରହିଥାଏ, ଯଦ୍ୱାରା ପର୍ଯ୍ୟଟକମାନେ ଖାଦ୍ୟପେୟ ପାଇଁ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରି ପର୍ଯ୍ୟଟନ ସ୍ଥଳୀକୁ ଅପରିଷ୍କାର କରିଥାନ୍ତି । ଏ ସବୁକୁ ଦୂର କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ହରିଶଙ୍କର ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ଥାନାଅଧିକାରୀ ନରେନ୍ଦ୍ର ଛତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏ ଅବସରରେ ରାମଚଣ୍ଡି ମନ୍ଦିର ଆଖପାଖ ତଥା ହରିଶଙ୍କରର ବିଭିନ୍ନ ଅଳିଆ ଆବର୍ଜନା ଜାଗାକୁ ଯୁବ କୁଲୁତା ସମାଜର ସଦସ୍ୟଗଣ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କୁଲୁତା ସମାଜ ସମ୍ପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ଗଜେନ୍ଦ୍ର ଭୋଇ, ଜିଲ୍ଲା ସଦସ୍ୟ ଅଜିତ ସାହୁ, ସଂଜୀବ ସାହୁ, ସବ୍ୟସାଚୀ ସାହୁ, ମାନସ ସାହୁ, ଗୋପାଳ ସାହୁ, ଖପ୍ରାଖୋଲ ବ୍ଲକ ସଭାପତି ଉମେଶ ପଧାନ, ସହ ସଂପାଦକ ତପୀ ପାତ୍ର, ମିଳନ ନାୟକ, ରବିନ୍ଦ୍ର, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.