ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ହରିଶଙ୍କର ପୀଠକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ପାଇଁ ଏକ ସଚେତନତା ଧର୍ମୀ କାର୍ଯ୍ୟ ରୂପେ ଡଷ୍ଟବିନ୍ ବଣ୍ଟନ ହୋଇଛି । ମନ୍ଦିରର ମୁଖ୍ୟ ପୂଜକ ନରସିଂହ ପୁଜାରୀ ଓ ମେନେଜର ଭାଗ୍ୟବନ୍ତ ସାହୁ ପଦକ୍ଷେପକୁ ସମର୍ଥନ କରି ଖୁସିରେ ଡଷ୍ଟବିନ୍ ଗ୍ରହଣ କରି ମନ୍ଦିର ଏବଂ ଆଖ ପାଖ ଉପଯୁକ୍ତ ଜାଗାରେ ରଖାଗଲା । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଖପ୍ରାଖୋଲ ମାହେଶ୍ୱରୀ ସଂଗଠନର ସଭାପତି ସରୋଜ ସାହୁ, ସଂଯୋଜକ ସନ୍ତୋଷ ସିଂହ ଠାକୁର ଏବଂ ସଦସ୍ୟ ସାଇ ଶ୍ୟାମ ସିଂହବାବୁ, ବିନୋଦ ପଧାନ ଓ ପିଙ୍କୁ ସାହୁ ସହଯୋଗ କରିଥିଲେ । ଆଗାମୀ ଦିନରେ ହରିଶଙ୍କରରେ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ବାର୍ତ୍ତା ଦେଇଛନ୍ତି ।
Prev Post
Next Post