ଖୋଲିଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଦୀର୍ଘ ନଅ ମାସର ଅପେକ୍ଷା ପରେ ଗତକାଲି ଖୋଲିଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରର ଦ୍ବାର । ଭକ୍ତ, ପର୍ୟ୍ୟଟକ, ବ୍ୟବସାୟୀ ମାନେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଯେଉଁ ହରିଶଙ୍କର ମନ୍ଦିର ନଅ ମାସରୁ ଅଧିକ ସମୟ ହେଲା ଖାଁ ଖାଁ ଲାଗୁଥିଲା । ସେଠାରେ ଲୋକଙ୍କ ଗହଳି ଏବଂ କୋଳାହଳରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ହରିଶଙ୍କର ବାବା କି ଜୟ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଏବଂ ପର୍ୟ୍ୟଟକଙ୍କ ସମାବେଶ ଦେଖିବାକୁ ମିଳିଥିଲା । କିଏ ଭୋଜିଭାତରେ ମସଗୁଲ୍ ତ’ କିଏ ମନ୍ଦିର ଦର୍ଶନରେ । କିଏ ପୁଣି ସେଲାପଥରରେ ଗାଧୋଇବାର ମଜା ନେଉଥିଲେ । ଯେଉଁ ବ୍ୟବସାୟୀମାନଙ୍କ ବ୍ୟବସାୟ ନଅ ମାସ ହେଲା ଠପ୍ ପଡ଼ିଥିଲା ସେମାନଙ୍କ ବ୍ୟବସାୟ ପୁଣି ଜୋର୍ ଧରିଛି । ସେଥିପାଇଁ ସେମାନଙ୍କ ମନରେ ମଧ୍ୟ ଖୁସିର ଜୁଆର ଫୁଟି ଉଠୁଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

Leave A Reply

Your email address will not be published.