ହରିଶଙ୍କର ହରିଣ ପାର୍କର ଶ୍ରମିକମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବାପରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ହରିଣ ପାର୍କରେ ଶ୍ରମିକ ଛଟେଇ ଘଟଣାରେ ଫରେଷ୍ଟର ପ୍ରିୟବତ ମହାକୁଡ଼ ଏବଂ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏଙ୍କ ନାଁରେ ମାମଲା ରୁଜୁ ହୋଇଛି । ମନମାନୀ କରି ଛଟେଇ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଏନେଇ ଖପ୍ରାଖୋଲ ଥାନାରେ ରୁଜୁ ହୋଇଛି । ପୂର୍ବରୁ ଏନେଇ ପୁଲିସ ଏତଲା ରଖିନଥିବା ଅଭିଯୋଗ କରି ଛଟେଇ ଶ୍ରମିକମାନେ ଗତକାଲି ଏସ୍‌ପି ଏବଂ ଡିଏଫଓଙ୍କ ଠାରେ ଅଭିଯୋଗ କରିଥିଲେ । ତେଣୁ ଆଜି ଦୁଇଜଣଙ୍କ ନାଁରେ ଖପ୍ରାଖୋଲ ପୁଲିସ ମାମଲା ରୁଜୁ କରିଛି । ପ୍ରକାଶ ଥାଉକି, ଶ୍ରମିକଙ୍କୁ ଦୀର୍ଘ ୫ମାସ ଧରି ଦରମା ଦିଆଯାଉନଥିଲା । ବାରମ୍ବାର ଅଭିଯୋଗ କରିବା ପରେ ଫରେଷ୍ଟର ଓ ଫରେଷ୍ଟ ଗାଡର଼୍ ଦରମା ମିଳିବ ବୋଲି କହି ଏକ ସାଦା କାଗଜରେ ଦସ୍ତଖତ ନେଇଥିଲେ । ହେଲେ ଦରମା ଦେବା ସହ ଚାକିରିରୁ ତଡ଼ିଦେଇଥିଲେ । ପ୍ରତିବାଦ କରିବାରୁ ଜାତିଆଣ ଆକ୍ଷେପକରି ଗାଳିଗୁଳଜ କରିଥିଲେ । ତେଣୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୁନଃନିଯୁକ୍ତି ପାଇଁ ନୀଳାମ୍ବର ବରିହା, ଟିକେଶ୍ୱର ଭୁଏ, ଚତୁର୍ଭୁଜ ବାଗ, ତ୍ରିଲୋଚନ ପାଣ୍ଡେ ପ୍ରମୁଖ ଦାବୀ କରିଥିଲେ ।

Leave A Reply

Your email address will not be published.