ହର୍ଡାଟାଲ ଛକ ନିକଟରେ ଭାରାସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହର୍ଡାଟାଲ ଛକ ନିକଟରେ ଗତ ରାତିରେ ଭାରାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ ଆରୋହୀ ଗୁରୁତର ଆହାତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବାଇକ ଅରୋହୀ ଜଣକ ହେଲେ ପାଟଣଗଡର ପ୍ରିୟବ୍ରତ ନାଏକ । ସୂଚନା ଅନୁସାରେ ପ୍ରିୟବ୍ରତ ତାଙ୍କର ଏକ କୌଣସି କାମ ପାଇଁ ବାଇକ ଯୋଗେ ଆସୁଥିବା ବେଳେ ବଲାଙ୍ଗିରହର୍ଡାଟାଲ ଛକ ନିକଟରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.