ଚାଲିଗଲେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ, କବି, ଅଧ୍ୟାପକ ଓ ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ୬୯ ବର୍ଷ ବୟସରେ ଆଜି ପରଲୋକ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଇଂରାଜୀ ଏବଂ ଓଡିଆା ଭାଷାରେ ତାଙ୍କର ପ୍ରାୟ ୨୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ସେ ଓଡିଶା ସାହିତ୍ୟ ଏକାଡେମୀର ସମ୍ପାଦକ ତଥା ଓଡିଶା ସରକାରଙ୍କ ପ୍ରାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦେଶକ ପଦବୀରେ ରହିଥିଲେ । ୨୦୧୨ ମସିହାରେ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୮ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ ପ୍ରଦାନ କରାଯାଇଥିଲା । ସେ ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟର ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.