ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ହରମୋହନ ମିଶ୍ରଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ ‘ସ୍ପର୍ଶ ‘ ର ଲୋକାର୍ପଣ ଉତ୍ସବ ସଂସଦରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ. ଅଶ୍ୱିନୀ ରାୟ ବରେଣ୍ୟ ଅତିଥି ଭାବେ ଏବଂ କବି ସୁସ୍ମିତା ମହାପାତ୍ର ପୁସ୍ତକ ସମୀକ୍ଷିକା ଭାବେ ଯୋଗଦାନ କରିଥିଲେ । ଅଲଇଣ୍ଡିଆ ରେଡ଼ିଓର ଉଦ୍ଘୋଷିକା ଅନିତା ଧଳଙ୍କ ସଂଯୋଜନାରେରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚାସୀନ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଗୀତାରାଣୀ ବେହେରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ଵାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଓ ପ୍ରକାଶକ ମନୋଜ କୁମାର ନନ୍ଦ ପୁସ୍ତକ ପ୍ରକାଶନ ବାବଦରେ ଆଲୋକପାତ କରିଥିଲେ । କବି ହରମୋହନ ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କବି ଅର୍ଚ୍ଚନା ପାତ୍ର, ତ୍ରିନାଥ ସିଂ, ବିଜୟିନୀ ଜେନା, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ, ଉପେନ୍ଦ୍ର ବସ୍ତିଆ ଏବଂ ସସ୍ମିତା ପ୍ରଧାନ ସ୍ପର୍ଶ କବିତା ପୁସ୍ତକର ନିର୍ବାଚିତ କବିତା ପାଠ କରିଥିଲେ । ଇତ୍ୟବସରରେ ବରିଷ୍ଠ କବି ବିଷ୍ଣୁପ୍ରିୟା ମହାପାତ୍ର ଓ ଉମେଶ ଚନ୍ଦ୍ର ନାୟକ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଅତିଥି ମାନଙ୍କ ଦ୍ଵାରା କଲ୍ୟାଣୀ ଦାସ, ଅରୁନ୍ଧତୀ ସ୍ୱାଇଁ, କ୍ଷୀରୋଦା ବାରିକ ଓ ଭୁବନେଶ୍ଵରୀ ପଟ୍ଟନାୟକଙ୍କୁ ବିଶ୍ୱ ମହିଳା ଦିବସ ଅବସରରେ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଥିଲା। କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ବହୁ ସାହିତ୍ୟିକ, କବି ଯୋଗଦେଇଥିଲେ।