oom

ହରଭଙ୍ଗାରେ ମହାକାଳେଶ୍ଵର ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ଉତ୍ସବରେ ଯୋଗଦେଲେ ଲୋଇସିଂହା ବିଧାୟକ ମୁକେଶ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ମୁରଶୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ହରଭଙ୍ଗା ଖେଳ ପଡିଆରେ ଦ୍ଵିତୀୟ ବର୍ଷ ବାବା ମହାକାଳେଶ୍ଵର ଫୁଟବଲ ଆସୋସିଏସନ ହରଭଙ୍ଗା ଦ୍ୱାରା ପରିଚାଳିତ ରନିଙ୍ଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳର କ୍ରୀଡା ଉପରେ ଉନ୍ନତ ମାନର ଫୁଟବଲ ଖେଳ ପ୍ରଦର୍ଶନ କରିଥିବାରୁ ଜିଲ୍ଲା ପାଇଁ, ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ଫୁଟବଲ୍ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ, ସମ୍ମାନିତ ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ମିଶ୍ର, ଅଧ୍ୟାପିକା କଲ୍ୟାଣୀ ମିଶ୍ର, ଦୁର୍ଭାସା, ଅମିତ କୁମାର ନାୟକ, ଅଭିଷେକ ମହାନନ୍ଦ ପ୍ରମୁଖ ଯୋଗ ଦାନ କରିଥିଲେ, ଫାଇନାଲ ଖେଳ ବାଞ୍ଜିପାଲି ଓ ବକଟି ମଧ୍ୟରେ ହୋଇଥିଲା । ଏଥିରେ ବାଞ୍ଜିପାଲି ଦଳ ବିଜୟୀ ହୋଇଥିଲା । ଖେଳ ପରି ଚାଳନା କରିଥିଲେ ଗୋପାଳ ପଣ୍ଡା, ଦାମୋଦର ଆଉ ବଲ୍ଲଭ ଭାଇ,ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଖେଳରେ ଜିଲ୍ଲା କ୍ରୀଡା ସଂଘର ସଦସ୍ୟ ଜୟ ରାମ ମିଶ୍ର, ଲକ୍ଷ୍ମଣ ପଧାନ, ଗୋବର୍ଦ୍ଧନ ବିଶ୍ଵାଳ ଅତିଥି ଭାବରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.