oom

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା.୧୪,୧୫ ଦୁଇଦିନ ଧରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ହନୁମାନ ପୂଜା କମିଟି ତରଫରୁ ଅଞ୍ଜନି ପୁତ୍ର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିନ ଗୋଧୂଳି ବେଳାରେ କଳସ ଶୋଭାଯାତ୍ରା ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ପ୍ରତିଷ୍ଠା ମହୋତ୍ସବ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିଲା । ଚୈତନ୍ୟ ଭୋଇ ଓ ଧର୍ମପତ୍ନୀ ବଲ୍ଲଭି ଭୋଇ କର୍ତ୍ତା ଭାବରେ ଯୋଗଦାନ କରିଥିଲେ । ବିଗ୍ରହ ପ୍ରତିଷ୍ଠା, ଧ୍ୱଜା ରୋହଣ, ହନୁମାନ ଚାଳିସା ପାଠ, ହୋମ, ବିଶ୍ଵଶାନ୍ତି ପାଠ ରୀତିନୀତିରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ପଦ୍ମପୁର କର୍ମକାଣ୍ଡିୟ ସମିତିର ସଭାପତି ପଣ୍ଡିତ କାହ୍ନୁ ଚରଣ ଦାଶ, ବ୍ରାହ୍ମଣ ସମାଜ ସଭାପତି ଜୟ ନାରାୟଣ ତ୍ରିପାଠୀ ଓ ଅବସର ପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀଙ୍କୁ ସମର୍ଧନା ଦିଆଯାଇଥିଲା । ସନ୍ଧ୍ୟାରେ ଦୁବଲାବାହାଲର ମା ଭଗବତୀ ସଂର୍କିତନ୍ୟମଣ୍ତଳୀ ତରଫରୁ ଭକ୍ତି ସଂଙ୍ଗୀତ ପରିବେଷଣ ହୋଇଥିଲା । ଏହି ପ୍ରତିଷ୍ଠା ମହୋତ୍ସବରେ ପ୍ରଫେସର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ଉପହାରସୁଇଟ୍ର ଅଶୋକ ଦାଶ, ପ୍ରଦୀପ ପଟ୍ଟନାୟକ, ଡାକ୍ତର ପ୍ରଦୀପ କୁମାର ଦୋରା, ସୁରେଶ ରାମଚନ୍ଦାନୀ, ପ୍ରମୋଦ କୁମାର ସାହୁ, ସହଦେବ ଦେବତା, ରାଜେଶ ଗୁର୍ଲା, ରମେଶ ଗୁର୍ଲା ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.