ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ : ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି । ବଲାଙ୍ଗିରବାସୀ ମଧ୍ୟ ଆଜି ପ୍ରବଳ ଖରାରେ ସିଝିଛନ୍ତି । ଏଠାରେ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରି କିମ୍ବା ଏଥିରୁ ଅଧିକ ରହିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜି ବି ତାତିରୁ ନିସ୍ତାର ମିଳିନାହିଁ ।

Leave A Reply

Your email address will not be published.