୩୪ତମ ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସ ଟିମ୍‌ ଚମ୍ପିଆନ, କଟକ ଟିମ୍‌ ରନର୍ସ ଅପ୍‌ ଏବଂ ପୁରୀ ଟିମ୍‌ ତୃତୀୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ପୂରାତନ ମହତାବ ଉଚ୍ଚ ବିଦ୍ୟାଳୟ, ଖେଳପଡିଆ ପରିସରରେ ୩୪ତମ ଅଲ୍‌ ଓଡ଼ିଶା ସିନିୟର ମେନ ହ୍ୟାଣ୍ଡବଲ ଚମ୍ପିୟାନସିପ୍‌ ପ୍ରତିଯୋଗିତା ଶନିବାର ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡେଲାଙ୍ଗ ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କ୍ରୀଡ଼ା ପ୍ରେମୀମାନଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ବାହରି ଖେଳ ପଡ଼ିଆରେ ପହଞ୍ଚିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇ କ୍ରୀଡ଼ା ପତକା ଉତ୍ତୋଳନ କରି ଏହାର ଶୁଭ କରିଥିବା ବେଳେ, ସଭାପତି ଭାବେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ମୁଖ୍ୟବକ୍ତା ରୂପେ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ରୂପେ ପୁରୀ ଜିଲ୍ଲା କ୍ରୀଡ଼ାଧୀକାରୀ ଚନ୍ଦନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ପ୍ରାଣୀ ସମ୍ପଦ ଅଧିକାରୀ କେ ପାର୍ଥ ସାରଥୀ ଡୋରା, ସରପଞ୍ଚ ପ୍ରୀୟମ୍ବଦା ରାଉତରାୟ, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଡକ୍ଟର ସନ୍ତୋଷ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି କବୀନ୍ଦ୍ର ବଳବନ୍ତରାୟ ପିପିଲି ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଳିକ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପୁରୀ, କଟକ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦ୍ରପଡା, ସମ୍ବଲପୁର, ଖୋର୍ଦ୍ଧା, ଭଦ୍ରକ, ଅନୁଗୁଳ, ସୁନ୍ଦରଗଡ଼, ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ଜଗତସିଂହପୁର ସହିତ ଭୁବନେଶ୍ଵର ଓ ଓଡ଼ିଶା ପୋଲିସ ଟିମ ଖେଳରେ ଭାଗ ନେଇଥିଲେ । ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ାବୀତ ବଳରାମ ମହାନ୍ତି, ଅଭିମନ୍ୟୁ ଶତପଥୀ, ଉପେନ୍ଦ୍ର ନାଥ ଦାସ, ନଟବର ସେଠୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହା ଦୁଇଦିନ ଧରି ଚାଲିଥିଲା, ଫାଇନାଲ ମ୍ୟାଚରେ ଓଡ଼ିଶା ପୋଲିସ ଟିମ୍‌ ଚମ୍ପିୟାନ ହୋଇଥିବା ବେଳେ କଟକ ଟିମ୍‌ ରନର୍ସଅପ ହୋଇଥିଲେ ଏବଂ ପୁରୀ ଟିମ ତୃତୀଯ ସ୍ଥାନ ଅଧିକାର କରିଥିଲେ । ମହତାବ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷକ ନଟବର ସେଠୀ ଏହାର ମୁଖ୍ୟ ଆୟୋଜକ ଥିଲେ । ରବିବାର ଅପରାହ୍ନରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ପ୍ରୀୟମ୍ବଦା ରାଉତରାୟ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଦିଲ୍ଲୀପ ଧାଉଡ଼ିଆ, ଗୋପୀନାଥ ସାହୁ, ବୀରେନ୍ଦ୍ର କୁମାର ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନବଘନ ପରିଡା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳଙ୍କୁ ସିଲ, ଟ୍ରଫି, ପ୍ରଶଂସା ପତ୍ର, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ମୁଖ୍ୟ ଆୟୋଜକ ନଟବର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.