om academy

ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଦଳରେ ଡେଲାଙ୍ଗର ୨ ଝିଅ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜସ୍ଥାନରେ ହେବାକୁ ଥିବା ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍-୨୦୨୨-୨୩ରେ ଓଡ଼ିଶା ଦଳରେ ଡେଲାଙ୍ଗରୁ ୨ ଝିଅ ମନୋନିତ ହୋଇଛନ୍ତି । ସେମାନେ ହେଲେ ଚିଙ୍କି ଭୋଇ ଓ ସ୍ଵର୍ଣ୍ଣଲତା ବୀରେନ୍ଦ୍ର । ଆସନ୍ତା ଜାନୁଆରୀ ୧୦ତାରିଖରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଯାତ୍ରା କରିଛନ୍ତି । ଢେଙ୍କାନାଳରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ଚାମ୍ପିୟାନସିପରେ ଏହି ଦୁଇଜଣ ଝିଅ ଉତ୍ତମ ଖେଳ ପଦର୍ଶନ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ବୋଲି ପ୍ରଶିକ୍ଷକ ନଟବର ସେଠୀ ଓ ସହପ୍ରଶିକ୍ଷକ ଶାନ୍ତନୁ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର ସଭାପତି ମହେଶ୍ୱର ମହାନ୍ତି, ଡେ଼ଲାଙ୍ଗ-ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଉପସଭାପତି ରାଜକିଶୋର ମହାନ୍ତି, ସମ୍ପାଦକ ଗୋପୀନାଥ ସାହୁ, ବୈଷୟିକ ଅଧିକାରୀ ରଂଜିତ ମହାନ୍ତି, ପର୍ଶୁରାମ ପ୍ରଧାନ, ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ ବଦାନ୍ୟ ବ୍ୟକ୍ତି ଦୁଇ ଝିଅଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି ।

Leave A Reply

Your email address will not be published.