oom

ନିଜର ହକ ପାଇଁ ବିକ୍ଷୋଭ ଓ ପ୍ରତିବାଦ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ତଥା ଗରିବ ନିଷ୍ପେସିତ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ ଓ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ କେତେକାଂଶରେ ବ୍ୟତିକ୍ରମ ଦେଖା ଯାଇଥାଏ । ଏପରି ଏକ ଅଭାବନୀୟ ଘଟଣା ଦୀର୍ଘଦିନରୁ ଦେଖିବାକୁ ମିଳିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା, ଜାମସେଠ, ଚେରଙ୍ଗାଝାଞ୍ଜି ଗ୍ରାମରେ କେତେକ ସାଧାରଣ ଭୂମିହୀନ ବ୍ୟକ୍ତି ନ୍ୟାୟ ପାଇବା ପାଇଁ ପ୍ରଶାସନିକ ଅଧିକାରୀ ତଥା ଥାନାରୁ ଆରମ୍ଭ କରି ତହସିଲ, ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ ଉଚିତ ନ୍ୟାୟ ପାଇପାରୁ ନାହାନ୍ତି । ତେଣୁ ବରତୁଣ୍ତା ଗ୍ରାମର ନିଆଜ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ଏହି ସମସ୍ୟାକୁ ନେଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ବରଗଡ଼ଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବରତୁଣ୍ତା, ଜାମେସେଠ, ଚେରଙ୍ଗାଝାଞ୍ଜି ଗ୍ରାମର କେତେକ ବ୍ୟକ୍ତି ୧୯୭୬ ମସିହାରୁ ଶିଲିଂ ଜମି ପାଇ ଚାଷ କରି ଆସୁଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଉକ୍ତ ଜମିର ପଟ୍ଟା ଅଦ୍ୟାବଧି ମିଳିପାରି ନାହିଁ । ଏ ସଂପର୍କରେ ପାଇକମାଲ ତହସିଲ, ପଦ୍ମପୁର ଉପଜିଲ୍ଲାପାଳଙ୍କଠାରେ ଆବେଦନ କରି ବାରମ୍ବାର ଧାରଣା ଓ ତାଲାବନ୍ଦ ଆନ୍ଦୋଳନ କରିଥିଲେ ମଧ୍ୟ ଉଚିତ ନ୍ୟାୟ ମିଳି ପାରିନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ ପୂର୍ବକ ପଟ୍ଟା ପ୍ରଦାନ କରିବା ପାଇଁ ନିଆଜ ଅଲ୍ଲୀ, ଚୁରନ ମାଝୀ, ମକାରୁ ମାଝୀ, ବିଜୟ ମାଝୀ, ଶ୍ରୀମୁଖ ଷାଣ୍ଢ, ଦାମ୍ବେଦର ଜଗତ, ଗୌରୀ ଶବରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.