ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା : ୧ ମୃତ, ୧ ଗୁରୁତର

ଭଣ୍ଡାରିପୋଖରୀ : ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ଆଡ଼କୁ ଯାଉଥିବା ଦଶଚକିଆ ଗାଡିଟି ଜାତୀୟ ରାଜପଥର ପାର୍ଶ୍ୱକୁ ମାଡିଯାଇ ଦୁର୍ଘଟଣା ଘଟାଇଥିଲା । ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ ଠିକାସଂସ୍ଥାରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକ ରାସ୍ତା ପାର୍ଶ୍ଵରେ ଟେଣ୍ଟରେ ରହୁଥିଲେ । ଭୋର ହେବାରୁ ଦୁଇଜଣ ଶ୍ରମିକ ଶୋଇଥିବା ବେଳେ ଅନ୍ୟମାନେ ଉଠି ପଳାଇଥିଲେ । ଦୁର୍ଘଟଣାରେ ଘଟଣାସ୍ଥଳରେ ସେକ୍‌ ଉଲାଫ ନାମକ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ଗୁରୁତର ଜଣକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ୟ୍ୟ କରିବା ସହ ହାଇଓ୍ୱା ଚାଳକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.