- ଘୁନେସ୍ ଜିପିରେ ଯୋଗାଣ ସହାୟକ ନିଯୁକ୍ତି କେବେ ?
- ସରପଞ୍ଚଙ୍କ ମାନମାନି ଉନ୍ନତି ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ୍ ପଂଚାୟତରେ ଦୀର୍ଘ ୨ ବର୍ଷ ହେବ ଯୋଗାଣ ସହାୟକ ପଦ ଖାଲି ରହିଛି । ଯୋଗାଣ ସହାୟକ ନଥିବାରୁ ଗରୀବ ହିତାଧିକାରୀ ମାନେ ହଇରାଣ ହେଉ ଥିବା ଏଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଗତ ୨ ବର୍ଷ ତଳେ ତତ୍କାଳୀନ ଯୋଗାଣ ସହାୟକ ଧ୍ରୁବଚରଣ ଭୋଇଙ୍କୁ କୌଣସି ଚାଉଳ ହେର ଫେର କିମ୍ବା ଟଙ୍କା ହିସାବ କିତାବ ମାମଲାରେ ବ୍ଲକରେ ଅଭିଯୋଗ ହୋଇଥିଲା ତେବେ ତାଙ୍କୁ ବ୍ଲକ ପ୍ରଶାସନ ତରଫରୁ ବହିଷ୍କଁତ କରାଯାଇ ଥିବା ଜଣାପଡିଛି । ତେବେ ଦୀର୍ଘ ୨ ବର୍ଷ ହେଲା ଏହି ପଂଚାୟତରେ ଯୋଗାଣ ସହାୟକ କିଏ ନାହାନ୍ତି । ଅସ୍ଥାୟୀ ଭାବରେ ବଡବାଙ୍କି ଜିପିର ଯୋଗାଣ ସହାୟକ ଏଠି ଅତିରିକ୍ତ ଦାୟିତ୍ୱ ନେଇଥିବା ଜଣାପଡିଛି । ତେବେ ପ୍ରାୟ ୧୭୦୦ ଚାଉଳ କାର୍ଡ ଗରିବ ହିତାଧିକାରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଗତ ବର୍ଷ ବ୍ଲକ କାର୍ଯ୍ୟାଳୟକୁ ଚିଠି ନମ୍ବର ୪୨/୧୭/୫/୨୩ରେ ଜଣାଇଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇ ନାହିଁ । ୩/୪/୫ରେ ଥରେ ସରକାରୀ ଯୋଗାଣ ବ୍ୟବସ୍ଥା ଏହି ପଞ୍ଚାୟତବାସୀଙ୍କ ପାଖରେ ପହଂଚି ପାରୁନାହିଁ । ଯାଫଳରେ ଏମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣେ ଯୋଗାଣ ଅଧିକାରୀ ସନାତନ ମାଝୀ ଓ ବିଡିଓଙ୍କ ଯୋଗାଯୋଗ ପରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହ ତୁରନ୍ତ ଏକ ଯୋଗାଣ ସହାୟକ ପଦ ପୁରଣ କଲେ ପଞ୍ଚାୟତବାସୀ ଉପକୃତ ହେବେ ।