ls

ଭୁବନେଶ୍ୱର ବିମାନବନ୍ଦରରେ ଗ୍ୟାଙ୍ଗଷ୍ଟର ହାଇଦରକୁ ନେଇ ପହଞ୍ଚିଲା ପୋଲିସ

sb

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପହଞ୍ଚିଲା ପୋଲିସ । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା’ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ ବିମାନବନ୍ଦରରୁ କଟକ ନେଇଛି । କଟକରେ ହାଇଦରକୁ କୋର୍ଟ ଚାଲାଣ କରାଯିବ । ତେବେ ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ବାହାନାରେ ହାଇଦର କଟକ ଏସସିବି ଆସିଥିଲା । ଗତ ୧୦ ତାରିଖରେ ହାଇଦର ଏସସିବିରୁ ଚମ୍ପଟ୍ ମାରିଥିଲା । ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପରେ ତାକୁ ଧରିବା ପାଇଁ ପୋଲିସ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ତେବେ ଗତକାଲି ତେଲଙ୍ଗାନା ପୋଲିସ ସହାୟତାରେ ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରିଥିଲା । ବାଇକରେ ଯାଉଥିବା ବେଳେ ପୋଲିସ ହାଇଦରକୁ ହାଇଦ୍ରାବାଦ ଉପକଣ୍ଠରୁ ଗିରଫ କରିଥିଲା ।

pc pk
Leave A Reply

Your email address will not be published.