jayashree

ଜି. ଉଦୟଗିରିରେ ହାଡଭଙ୍ଗା ଶୀତ

ଜି.ଉଦୟଗିରି : ଜି. ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜିର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍‌ସିୟସ ରହିଥିଲା । ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟକର ହେଉଛି । ସନ୍ଧ୍ୟା ୬ଟା ପରେ ପରେ ଶୀତ ମାଡ଼ିଆସୁଛି । ସିରିକି, ମୁକୁଲିଙ୍ଗିଆ, ରାଇକୋଲା ଆଦି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେଉଛି । ଏଣେ ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟି, ଶ୍ରୀକୋଲା ଘାଟିରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି ।

Leave A Reply

Your email address will not be published.