ls

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣରେ ଗୁଟଖା ସାମଗ୍ରୀ ଜବତ

sb

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ମ.ରାମପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ମ.ରାମପୁର ଠାରେ ଥିବା ବିଭିନ୍ନ ପାନମସଲା ଦୋକାନ ଗୁଡ଼ିକ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗୁଟଖା, ସିଗାରେଟ ଜବତ କରାଯାଇଥିବା ଜଣାଯାଇଛି । ତେବେ ଆଜିର ଏହି ଚଢାଉ ପରେ ପାନମସଲା ଦୋକାନୀଙ୍କ ମନରେ ଛନକା ପଶିଯାଇଥିବା ବେଳେ ସମୟ ବ୍ୟବଧାନରେ ନିୟମିତ ଏହିଭଳି ଚଢାଉ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି । ଆଜିର ଏହି ଚଢାଉରେ ଡ଼୍ରଗ୍ସ ଇନ୍ସିପେକ୍ଟରଙ୍କ ସମେତଅବକାରୀ ଇନ୍ସିପେକ୍ଟର ରଞ୍ଜୁଲତା ବାରିକ, ଏଏସଆଇ,ବିନୋଦିନୀ ମହାଲିଙ୍ଗ, ରବି ନାଗ, ଯୋଗେଶ୍ୱରୀ ନାଏକ, ମହାଦେବ ମାଝୀଙ୍କ ସମେତ ମ.ରାମପୁର ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.