centurian jitm

ଛେଳି ଚରାଇବାକୁ ଯାଇ ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର ଆହତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରବିବାର ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗ୍ରାମର ଜଣେ ବୃଦ୍ଧା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ରୁବିଧା ବିଶ୍ୱାଲ(୬୫) ବୋଲି ଜଣା ପଡ଼ିଛି । ଆଜି ସକାଳ ୮ଟା ସମୟରେ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଧଜାଗଡ଼ ଜଙ୍ଗଲକୁ ଯାଇଥିଲେ । ହଠାତ ବୁଦାରୁ ଗୋଟିଏ ବାରହା ବାହାରି ତାଙ୍କୁ ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରୁଥିବାବେଳେ ସେ ପ୍ରାଣରକ୍ଷା ପାଇଁ ଚିତ୍କାର କରିବାରୁ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇଜଣ ଛେଳି ଚାରାଳି ତାଙ୍କୁ ଉଦ୍ଧାର କରିଥିଲେ । ବାରହା ତାଙ୍କ ଗୋଡ, ଜଙ୍ଘ ଓ ଦେହର ଅନ୍ୟ ଜାଗାରେ କାମୁଡ଼ି ଦେଇଥିବା ବେଳେ ତାଙ୍କୁ ଗ୍ରାମକୁ ଅଣାଯାଇଥିଲା । ବୃଦ୍ଧାଙ୍କ ପୁଅ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବାବେଳେ ସେ ତାଙ୍କର ସ୍ୱାମୀଙ୍କ ସହ ଗ୍ରାମରେ ରହୁଥିଲେ । ସ୍ଥାନୀୟ ଜଣେ ଗଣମାଧ୍ୟମ ପ୍ରତିନିଧି ହେମସାଗର ସାହୁ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେଁ ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଁ ଭର୍ତ୍ତି କରିଥିଲେ । ଏନେଇ ଖପ୍ରାଖୋଲ ବନପାଳ ସୁଧୀର ଜେନାଙ୍କୁ ପଚାରିବାରୁ ମହିଳାଙ୍କୁ ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ନିଯାଇଥିବା ବେଳେ ମହିଳା ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି କହିବା ସହ ମହିଳାଙ୍କୁ ସହାୟତା ରାଶି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ବାରହା ରହୁଥିବାବେଳେ ଖାଦ୍ୟ ଅନ୍ୱେଷଣରେ ସେମାନେ ଜନବସତି ମୁହାଁ ହୋଇଥାଆନ୍ତି । ସ୍ଥାନୀୟ ଜନସଧାରଣଙ୍କ ଜୀବନ ରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.