ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ଶିଶୁ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧବଲପଡା ଗାଁରେ ମିଲନ ମହାକୁର(୪) ନାମକ ଜଣେ ଶିଶୁ ନିଜ ଘର ସମ୍ମୁଖରେ ଖେଳୁଥିବା ସମୟରେ ଏକ ଅଜଣା ବାଇକ୍ ମିଲନଙ୍କୁ ଧକ୍କା ଦେଇଥିଲା । ଫଳରେ ମିଲନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ୧୦୮ ଆମ୍ବୁଲାନ୍ସରେ ମିଲନଙ୍କୁ ଅଣାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!