କାର୍‌ ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଥାନା ସାତମାଇଲ ଛକଠାରେ ଏକ କାର୍‌ ଧକ୍କାରେ ଲାଲ ବରାଲ (୨୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇହୋଇଥିବା ଜଣାପଡିଛି । ସେ ସାତମାଇଲ ଛକଠାରେ ଥିବା ଢାବାରେ ରୋଷେୟା ଭାବେ କାମ କରନ୍ତି । ସେ ଛିଡା ହୋଇଥିବା ସମୟରେ ପଛପଟୁ ଏକ କାର୍‌ ତାଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.