ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ନିକଟରେ ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପହିଛି । ଗୁରୁତର ସ୍ଵାମୀ ସ୍ତ୍ରୀ ଦ୍ୱୟ ହେଲେ ଟିଟିଲାଗଡ଼ର ସାର୍ଥକ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର । ସୂଚନା ଅନୁସାରେ, ସ୍ଵାମୀ ସ୍ତ୍ରୀ ଦୁହେଁ ଏକ କାର୍‌ ଯୋଗେ ପଦ୍ମପୁର ଯାଉଥିବା ସମୟରେ କଣ୍ଟାବାଞ୍ଜି ରାସ୍ତା ଗଙ୍ଗାସାଗର ନିକଟରେ ସାମ୍ନା ପଟୁ ଏକ ଦ୍ରୁତ ଗତିରେ ଆସୁଥିବା ବାଇକ ଆରୋହୀଙ୍କ ସହ ତାଙ୍କ ଧକ୍କା ହୋଇଥାନ୍ତା । ଏହି ସମୟରେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିଲେ । ଏନେଇ ଖବର ପାଇ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନାକୁ ପଠାଇଥିଲେ । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.