ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁର ଭଗବାନ ବାରିକଙ୍କ ଘର କାନ୍ଥ ଭୁଶୁଡ଼ି ପଡିଛି । ଫଳରେ ଭଗବାନଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ଭଗବାନଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶୋଇଥିବା ସମୟରେ ଗୁରୁବାର ଭୋରରେ ଲଗାଣ ବର୍ଷା ଫଳରେ କାନ୍ଥ ଭୁଶୁଡ଼ି ଯାଇଥିଲା । ଫଳରେ ଭଗବାନଙ୍କ ସ୍ତ୍ରୀ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.