ଦେବଗଡ଼ : ଦେବଗଡ଼ ଜିଲ୍ଲା ଭାଲୁମୁଣ୍ଡା ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରେଙ୍ଗାଳବାହାଳ ଗ୍ରାମର ବିଜୟ କୁମାର ସାହୁ ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଭାବେ କାମ କରନ୍ତି । ସେ ଭାଲୁମୁଣ୍ଡା ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ସେ ତଳକୁ ଖସିପଡ଼ି ଗୁରୁତର ହୋଇଛନ୍ତି । ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Next Post