କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ନିର୍ମାଣଧୀନ ରହିଥିବା ରେଳ ଓଭର ବ୍ରିଜରୁ ପଡ଼ି ଶ୍ରମିକ ଗୁରୁତର । ଏକ ସିଡି ଯୋଗେ ବ୍ରିଜର ଉପରକୁ ଚଢ଼ୁଥିବା ବେଳେ ସିଡିରୁ ଖସି ପଡ଼ି ଗୁରୁତର ହେଲେ ଶ୍ରମିକ । ଗୁରୁତର ଶ୍ରମିକ ଜଣକ ହେଲେ ପବନ କୁମାର । ତାଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ସେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଅଳ୍ପକେ ବର୍ତିଲେ କାର୍ଯ୍ୟରତ ଶ୍ରମିକ । ନିର୍ମାଣଧୀନ ଓଭର ବ୍ରିଜରେ କାମ କରୁଥିବା ବେଳେ ଖସି ପଡ଼ିଲେ ଶ୍ରମିକ । ଶ୍ରମିକ ଜଣଙ୍କୁ ସ୍ଥାନୀୟ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ।