ବାରହା ଫାଶରେ ପଡି ଜଣେ ଯୁବକ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଡ ଖବର ଗତ ରାତି ୧୦ଟା ସମୟରେ ନିଜ ଜମି ପଟେ ଶୌଚ ପାଇଁ ଯାଇଥିବା ବେଳେ ବାରହା ଫାଶରେ ପଡି ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡିଛନ୍ତି । ସୂଚନା ଯୋଗ୍ୟ, ଖପ୍ରାଖୋଲ ବ୍ଲକ କପସିପାଲି ଗାଁ ନିକଟରେ ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ରବିବାର ରାତିରେ ଗ୍ରାମର ଥବିର ପୁଞ୍ଜିଙ୍କ ପୁଅ ଡୋଲା ପୁଞ୍ଜି ସାଙ୍ଗମାନଙ୍କ ସହ ନିଜ ଜମି ପଟେ ଶୌଚ ପାଇଁ ଜାଇ ଇଲେକ୍ଟ୍ରି ତାର ବିଛା ଯାଇଥିବା ଫାସରେ ପଡି ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.