ପିକ୍‌ଅପ୍ ଧକ୍କାରେ ଯୁବକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ଚଟୁଅନକା ପଞ୍ଚାୟତରୁ ବିଛୁବାହାଲି ଯିବା ରାସ୍ତାରେ ଏକ ଅଟୋରେ ଆସି ଓହ୍ଲାଇଥିବା ବେଳେ ଯୁବକକୁ ଧକ୍କା ଦେଲା ପିକ୍‌ଅପ୍ । ଯୁବକ ଜଣକ ବିଛୁବାହାଲି ଗ୍ରାମର ଅଶୋକ ବାଗ ବୋଲି ଜଣାପଡିଛି । ଯୁବକଙ୍କୁ ଧକ୍କା ଦେଲା ପରେ ଘଟଣାସ୍ଥଳରୁ ଫେରାର ମାରିଛି ପିକ୍‌ଅପ୍ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଯୁବକ ଖେମା ପନିକା, ତରୁଣ ପନିକା ଏବଂ ଟିଙ୍କୁ ବାରିକ ତୁରନ୍ତ ଯୁବକଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ରେଫର୍ କରି ଦିଆଗଲା । ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.