oom

ମୁରିବାହାଲରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ : ୩ ଗୁରୁତର

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଟୁନଟୁନି ମୁଣ୍ଡା ଛକରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩ଜଣରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଛଦ୍ମମଣି ଦାସ, ରାଜେଶ ପୁଟେଲ ଓ ଅନ୍ୟ ଜଣେ ଥିବାବେଳେ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ପର୍ଲା ଅଞ୍ଚଳର ଏକ ବୋଲେରୋ ଓଡି ୦୩ କ୍ୟୁ ୭୯୬୦ରେ ସମ୍ପର୍କୀୟମାନେ ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଅନୁଷ୍ଠିତ ଏକ ବିବାହ ଉତ୍ସବକୁ ଆସିଥିଲେ । ସମ୍ପର୍କୀୟଙ୍କୁ ଛାଡ଼ି ବୋଲେରୋଟି ଅନ୍ୟମାନଙ୍କୁ ବସାଇ ମୁରିବାହାଲ ପଟକୁ ଯାଉଥିବା ବେଳେ ଘଟଣାସ୍ଥଳରେ ଡ଼୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ବାରମ୍ବାର ଓଲଟି ପଡି ରାସ୍ତା ପାର୍ଶ୍ବକୁ ଚାଲିଯାଇଥିଲା । ଛକରେ ଥିବା ଏକ ସାର ଦୋକାନର ଲୋକମାନେ ଜୀବନ ବିକଳରେ ଦୌଡି ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୋକାନରେ ଲାଗିଥିବା ସିସିଟିଭିରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକମାନେ ବୋଲେରୋରୁ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ଯୋଗେ ପାଖ ମୁରିବାହାଲ ସିଏଚ୍‌ସିରେ ଭର୍ତ୍ତି କରିଥିଲେ । ଡାକ୍ତର ହାତ ଭାଙ୍ଗି ଯାଇଥିବାରୁ ଆହତ ଛଦ୍ମମଣି ଦାସଙ୍କୁ ବଲାଙ୍ଗିର ମେଡିକାଲ୍ ପଠାଇଥିବା ଜଣାପଡିଛି । ମୁରିବାହାଲ ଡ଼୍ରାଇଭର ୟୁନିୟନର କର୍ମକର୍ତ୍ତାମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରିଥିଲେ । ମୁରିବାହାଲ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଥାନାକୁ ନେଇଥିବା ଜଣାପଡିଛି । ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.