oom

ବଗିଚା ଜଗିବାକୁ ଯିବାବେଳେ କଚାଡ଼ି ଦେଲା ହାତୀ : ବୃଦ୍ଧ ଗୁରୁତର

jsmm

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ହାଉସ ଅଧୀନ କନ୍ତିମିଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ବୃଦ୍ଧ ଜଣକ ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ଗାଁର ମାର୍କଣ୍ଡ ବେହେରା (୬୦ ବର୍ଷ) ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ମାର୍କଣ୍ଡ ରବିବାର ସକାଳୁ ଘରୁ ବାହାରି ଗାଁ ମୁଣ୍ଡରେ ଥିବା ନିଜ ବଗିଚାକୁ ଯାଉଥିଲେ । ଏହି ସମୟରେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡ, ହାତ, ମୁହଁ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

jittmm
Leave A Reply

Your email address will not be published.