centurian jitm

ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ : ଦୁଇ ଗୁରୁତର

ଘସିପୁରା : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ । ଏହି ଦୁର୍ଘଟଣାରେ ମିନି ଟ୍ରକ୍‌ରେ ଥିବା ନୟାଗଡ଼ ଜିଲ୍ଲାର କୃଷ୍ଣ ଚନ୍ଦ୍ର ମଲ୍ଲୀକ ଓ ଜଗତସିଂହପୁର ଜିଲ୍ଲାର ସତ୍ୟବ୍ରତ ପଲେଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କୋଳିମାଟି ଠାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କୋଳିମାଟି ଠାରେ ଗୋଟିଏ ହାଇୱା ଛିଡ଼ା ହୋଇଥିଲା । ଏହି ସମୟରେ ପଛପଟୁ ଏକ ମିନି ଟ୍ରକ୍‌ ଆସି ଉକ୍ତ ହାଇୱାକୁ ଧକ୍କା ଦେଇଥିଲା । ଫଳରେ ମିନି ଟ୍ରକ୍‌ରେ ଥିବା ନୟାଗଡ଼ ଜିଲ୍ଲାର କୃଷ୍ଣ ଚନ୍ଦ୍ର ମଲ୍ଲୀକ ଓ ଜଗତସିଂହପୁର ଜିଲ୍ଲାର ସତ୍ୟବ୍ରତ ପଲେଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.