centurian jitm

ବରଯାତ୍ରୀ ବସ୍‌ ଓ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା : ହେଲପର୍‌ ଗୁରୁତର

ବାଙ୍ଗିରିପୋଷି : ଏକ ବରଯାତ୍ରୀ ବସ୍ ସହ ଏକ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ର ହେଲପର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଅଧିକବରଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ହେଲପର୍‌ ସନ୍ୟାସୀ ମହାକୁଡ(୪୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ୪୯ ନମ୍ୱର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ବାଙ୍କି (ବିଜାତଳା)ରୁ ଖୁଣ୍ଟା ଅଭିମୁଖେ ୫୦ରୁ ଅଧିକ ବରଯାତ୍ରୀ ନେଇ ଝୁନା ନାମକ ଏକ ଘୋରେଇ ବସ୍‌ ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ରଙ୍ଗ୍ ରାସ୍ତାରେ ଆସୁଥିଲା । ଏହି ସମୟରେ ଘାଟି ତଳ ଛକ ନିକଟର ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କଣ୍ଟେନର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍‌ ହେଲପର୍‌ ସନ୍ୟାସୀ ମହାକୁଡ ଗୁରୁତର ହୋଇଥିବା ବେଳେ ୧୦ ରୁ ଅଧିକ ବରଯାତ୍ରୀ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ପୋଲିସ ସାହାର୍ଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପୋଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ୍ ସାହାଯ୍ୟରେ ହଟାଇ ଯାତାୟତ ସ୍ଵାଭାବିକ କରାଯାଇଥିଲା ।

Leave A Reply

Your email address will not be published.