centurian jitm

ଘାଟି ତଳକୁ ଖସିଲା ଟ୍ରାକ୍ଟର : ୧ ମୃତ, ୪ ଗୁରୁତର

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାସ୍ତାରେ ହେଲା ଅଘଟଣ । ଘାଟି ତଳକୁ ଖସିଲା ଟ୍ରାକ୍ଟର । ଏପରି ଏକ ଲୋମ ଟାଙ୍କୁରା ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ବୁଡୁବାଲି ପଞ୍ଚାୟତ ପେନାକାଡୁ ଆଦିବାସୀ ଗ୍ରାମରେ । ସୂଚନାଯୋଗ୍ୟ ଯେ, ସକାଳ ପ୍ରାୟ ୧୦ଟାରେ ପେନାକାଡୁ ଗ୍ରାମକୁ ଗାଡିର ଯାତାୟତ ନଥିବାରୁ ରାସନ ଚାଉଳ ଆଣିବାକୁ ବୁଡୁବାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟରରେ ପ୍ରାୟ ୨୦ରୁ ୨୫ଜଣ ଗ୍ରାମବାସୀ ଚାଉଳ ଆଣିବାକୁ ଯାଇଥିଲେ । ସେଠାରୁ ଚାଉଳ ନେଇ ଫେରୁଥିବା ବେଳେ ଟ୍ରାକ୍ଟରଟି ପେନାକାଡୁ ଗ୍ରାମର ଅନତି ଦୂରରେ ଭାରସାମ୍ୟ ହରାଇ ଜାରିଗିମା ଘାଟି ତଳକୁ ଖସିପଡ଼ିଥିଲା । ଫଳରେ ଟ୍ରାକ୍ଟରରେ ଥିବା ୭ ବର୍ଷର ଝିଅ ମେଘ୍‌ନାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଡାକ୍ତରଖାନାକୁ ପଠାଯାଇଛି । ଏହି ଘଟଣାରେ ୪ ଗୁରୁତର ଥିବା ବୋଳ ୧୦ରୁ ଅଧିକ ଆହତ ଥିବା ଜଣାପଡ଼ିଛି । ଗୁରୁତର ଥିବା ୪ ଜଣଙ୍କୁ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରାୟଗଡା ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଛନ୍ତି ଏବଂ ଅନ୍ୟମାନେ ଚନ୍ଦ୍ରପୁରରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଚନ୍ଦ୍ରପୁର ତହସିଲଦାର ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଚନ୍ଦ୍ରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.