oom

ଗୋପାଳପୁର ଥାନା ପୋଲିସର ମାଡ଼ରେ ଦିବ୍ୟାଙ୍ଗ ଯୁବକ ଗୁରୁତର

jsmm
  • ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଭିନ୍ନ ମହଲରେ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନାରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ମାଡ଼ରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ହୋଇ ପଡିଛନ୍ତି । ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଦିବ୍ୟାଙ୍ଗ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କୁ ଏମ୍‌. କେ. ସି. ଜି. ମେଡିକାଲର ଆଇସିୟୁରେ ଚିକିତ୍ସାଧିନରେ ଥିବାବେଳେ ଚିକିତ୍ସା ଜାରି ରହିଥିବା କୁହାଯାଉଛି । ଜଣେ ଦିବ୍ୟାଙ୍ଗ ଯୁବକ ଉପରେ ଏଭଳି ଆତର୍କିତ ମାଡ଼ ମାରି ଲହୁ ଲୁହାଣ କରି ଅଚେତ କରିବା ପଛରେ କଣ କାରଣ ରହିଛି, ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଂଗକୁ ସଂପୃକ୍ତ ଥାନା କର୍ମଚାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ସଂଘ ଏବଂ ବିଭିନ୍ନ ମହଲରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.