ଭାରସାମ୍ୟ ହରାଇ ଗଛାରେ ପିଟି ହେଲା ବୋଲେରୋ : ୪ ଗୁରୁତର

କୋଣାର୍କ : ଗୁଣ୍ଡି ଛକ ନିକଟରେ ଗଛରେ ପିଟି ହେଲା ବୋଲେରୋ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । କୋଣାର୍କ ଗୁଣ୍ଡି ଛକ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ବୋଲେରୋ ଗାଡ଼ିରେ ୪ ଜଣ ଯାତ୍ରୀଙ୍କୁ ନେଇ କଳାହାଣ୍ଡିରୁ କୋଣାର୍କ ଏବଂ ପୁରୀ ବୁଲିବାକୁ ଆସୁଥିଲା । ଏହି ସମୟରେ କୋଣାର୍କ ଗୁଣ୍ଡି ଛକ ନିକଟରେ ଡ୍ରାଇଭର୍‌ର ଆଖି ଲାଗି ଯାଇଥିଲା । ଏହି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି । ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଜାରି କରିଛି ପୋଲିସ ।

Leave A Reply

Your email address will not be published.