ବାବେଜୁରୀରେ କାର୍‌ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ଘଟଣା : ରାୟପୁରରେ ଗୁରୁତର ସୁବାକାନ୍ତଙ୍କ ମୃତ୍ୟୁ – ଡ୍ରାଇଭର ଅଟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ ଓ ବାବେଜୁରୀ ମନ୍ଦିର ମଝି ବୁଲାଣିରେ ବୁଧବାର ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୁରିବାହାଲ, ବଲାଙ୍ଗିର, ବୁର୍ଲାରୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ଗୁରୁତର ସୁବାକାନ୍ତ ହଂସଙ୍କ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୁରିବାହାଲରେ ଢ଼ାବା ଦେଇଥିବା ମନୋଜ ମହାରଣାଙ୍କ କାର ଓଡି ୦୩କେ ୨୨୫୩ ମୁରିବାହାଲରୁ ଗୁଡିଘାଟ ପଟକୁ ଅତି ଦ୍ରୁତ ଗତିରେ ତଥା ଅନିୟନ୍ତ୍ରିତ ଭାବେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଏହି ଥାନା ପୁଡାପାଲି ଗ୍ରାମର ସୁବାକାନ୍ତ ହଂସ (ଗାନ୍ଧୀ) ନିଜ ହିରୋ ପାସନ ପ୍ରୋ ବାଇକ (ଓଡ଼ି ୦୩ ଇ ୩୩୯୮ )ଯୋଗେ ଆସୁଥିବା ବେଳେ ଘଟଣାସ୍ଥଳରେ କାରଟି ବାଇକକୁ ଜୋରରେ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଚାଲି ଯାଇଥିଲା । ଗୁରୁତର ସୁବାକାନ୍ତ ରାସ୍ତା ପାର୍ଶ୍ବ କପା କିଆରିକୁ ଛିଟିକି ପଡ଼ିଥିଲେ । ଖବର ପାଇ ପରିବାର ଓ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ମଧ୍ୟ ଜବତ କରିଥିଲା । ଗୁରୁତରଙ୍କ ଭାଇ ହେମକାନ୍ତ ହଂସ(୩୫) ମୁରିବାହାଲର ଢ଼ାବା ମାଲିକ ମନୋଜ ମହାରଣାଙ୍କ ଏହି କାରକୁ ଡ୍ରାଇଭର ସରୋଜ ଖେତୀ ଚଳାଉଥିବା ବେଳେ ତାଙ୍କ ଭାଇଙ୍କୁ ଦୁର୍ଘଟଣା ଘଟାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୃତକଙ୍କ ପରିବାରର ସ୍ତ୍ରୀ ଓ ତିନିଟି ଛୋଟ ଛୁଆ ଏବେ ବେସାହାରା ହୋଇଯାଇଛନ୍ତି । ଶେଷ ଖବର ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଢ଼ାବା ମାଲିକ ମନୋଜ ମହାରଣା ପୀଡ଼ିତ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଥାନାରେ କେଶ ନ ୨୪୨/୨୪ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗୁରୁତରଙ୍କ ମୃତ୍ୟୁ ପରେ ଅଟକ ଡ୍ରାଇଭରଙ୍କ ବିରୁଦ୍ଧରେ ଅଲଗା ଦଫା ପରିବର୍ତ୍ତନ ହୋଇ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.