ବାଇକ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଝିଅ ମୃତ, ବାପପୁଅ ଗୁରୁତର ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଅଙ୍ଗୀନଦୀ ପୋଲ ନିକଟରେ ଏକ ଟ୍ରାକ୍ଟର ଓ ବାଇକ୍ ମୁହାଁ ମୁହିଁ ଧକ୍କା । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ସମୟରେ ଏକ ଟ୍ରାକ୍ଟର (ଓ ଡି ୨୪ କେ ୩୧୫୪) ଜମିରେ ଚାଷ କରି ଲୁହାଚକ ଲଗାଇ କନ୍ୟାଶ୍ରମର ଅଙ୍ଗୀନଦି ଦେଇ ଡାବୁଗାଁ ଆସୁଥିଲା । ଠିକ୍ ଏହି ସମୟରେ ନିକଟ କନ୍ୟାଶ୍ରମ ଗୁଡାର ତୁଳସୀ ଗୌଡ଼ (୨୩) ନିଜ ତିନି ବର୍ଷର ଝିଅ ଓ ୫ ବର୍ଷର ପୁଅକୁ ଏକ ବାଇକ୍‌ରେ ଡାବୁଗାଁରୁ ନିଜ କନ୍ୟାଶ୍ରମ ଗୁଡାକୁ ଯାଉଥିଲା । ତେବେ କନ୍ୟାଶ୍ରମ ନିକଟ ଅଙ୍ଗୀନଦି ପୋଲ ନିକଟରେ ଅସାବଧାନତା ଯୋଗୁଁ ବାଇକ୍ ଟ୍ରାକ୍ଟର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ବାଇକ୍‌ରୁ ବାପା, ଝିଅ ଓ ପୁଅ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ । ବାଇକ୍‌ର ମୁହଁରେ ବସିଥିବା ତିନି ବର୍ଷର ଝିଅ ଓ ବାପା ତୁଳସୀ ଗୌଡ଼ ଗୁରୁତର ଆହତ ହୋଇଥିଲେ ।

Leave A Reply

Your email address will not be published.