oom

ବାବେଜୁରୀରେ ଅନିୟନ୍ତ୍ରିତ କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର : ବଲାଙ୍ଗିର ସ୍ଥାନାନ୍ତର, ଡ୍ରାଇଭର ଫେରାର୍‌

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ୍‌ ତଥା ବାବେଜୁରୀ ମନ୍ଦିର ବୁଲାଣି ନିକଟରେ ବୁଧବାର ଅପରାହ୍ନରେ ଦ୍ରୁତଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୁରିବାହାଲ ଓ ପରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୁରିବାହାଲର ବ୍ୟବସାୟୀ ମନୋଜ ମହାରଣାଙ୍କ କାର୍‌ ଓଡି ୦୩କେ ୨୨୫୩ ମୁରିବାହାଲରୁ ଗୁଡିଘାଟ ପଟକୁ ଅତି ଦ୍ରୁତଗତିରେ ତଥା ଅନିୟନ୍ତ୍ରିତ ଭାବେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଏହି ଥାନା ପୁଡାପାଲି ଗ୍ରାମର ସୁବାକାନ୍ତ ହଂସ (ଗାନ୍ଧୀ) ନିଜ ହିରୋ ପାସନ ପ୍ରୋ ବାଇକ୍‌ (ଓଡ଼ି ୦୩ ଇ ୩୩୯୮) ଯୋଗେ ଆସୁଥିବା ବେଳେ ଘଟଣାସ୍ଥଳରେ କାର୍‌ଟି ବାଇକ୍‌କୁ ଜୋର୍‌ରେ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଚାଲି ଯାଇଥିଲା । ଗୁରୁତର ସୁବାକାନ୍ତ ରାସ୍ତା ପାର୍ଶ୍ୱ କପା କିଆରିକୁ ଛିଟିକି ପଡ଼ିଥିଲେ । ଖବର ପାଇ ପରିବାର ଓ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲା । ଗୁରୁତରଙ୍କ ଭାଇ ହେମକାନ୍ତ ହଂସ (୩୫) ମୁରିବାହାଲର ମନୋଜ ମହାରଣାଙ୍କ ଏହି କାର୍‌କୁ ଡ୍ରାଇଭର୍‌ ସରୋଜ ଖେତୀ ଚଳାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନାରେ କେଶ ନଂ ୨୪୨/୨୪ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.