କୁକୁର କାମୁଡ଼ାରେ ଗୁରୁତର ବାଛୁରୀଙ୍କ ମୃତ୍ୟୁ : ଶବ ସତ୍କାର କଲେ ବଜରଙ୍ଗ ଦଳ ସଦସ୍ୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟେ ଅଜଣା ବାଛୁରୀକୁ କେତେକ କୁକୁର କାମୁଡି ବହୁତ୍‌ ଆଘାତ କରିଥିଲେ । ସ୍ଥାନୀୟ ମୁରିବାହାଲ ବଜରଙ୍ଗ ଦଳର ଭାଇମାନେ ଜାଣିଲା ପରେ ସେଠାକୁ ଯାଇ ବାଛୁରୀକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଅଞ୍ଚଳର ପ୍ରାଣୀ ମିତ୍ର ତଥା ବଜରଙ୍ଗ ଦଳର ସଦସ୍ୟ ଉଗ୍ରସେନ ବଗର୍ତ୍ତି ଆସି ଉକ୍ତ ବାଛୁରୀକୁ ଆଶୁ ଚିକିତ୍ସା କରିଥିଲେ । ଚିକିତ୍ସା କରିଲା ପରେ ବାଛୁରୀ ସୁସ୍ଥ ରହିଥିଲା । ପଶୁ ଚିକିତ୍ସା କେନ୍ଦ୍ର ଓ ବିଭିନ୍ନ ମେଡ଼ିସିନ୍‌ ଦୋକାନରେ ଭେକ୍‌ସିନ୍‌ ପାଇଁ ଯୋଗାଯୋଗ କରାଗଲା ହେଲେ ଭେକ୍‌ସିନ୍‌ ମିଲି ନଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ବହୁତ୍ ଗୁରୁତର ହେବାରୁ ବାଛୁରୀ ଶେଷରେ ପ୍ରାଣ ହରାଇଥିଲା । ଏହି ସମୟରେ ମୁରିବାହାଲ ପ୍ରଖଣ୍ଡର ସମସ୍ତ ବଜରଙ୍ଗ ଭାଇ ଉପସ୍ଥିତ ହୋଇ ହିନ୍ଦୁ ଧର୍ମୀୟ ରୀତି ନୀତିରେ ବାଛୁରୀର ଶବ ସତ୍କାର କରିଥିଲେ । ବଜରଙ୍ଗ ଦଳ ଜିଲ୍ଲା ବଳ ଉପାସନା ପ୍ରମୁଖ ସୁଧାଂଶୁ ପୋଢ଼ ଯାଦବ, ମୁରିବାହାଲ ବଜରଙ୍ଗ ଦଳ ପ୍ରମୁଖ ପଦ୍ମଲୋଚନ ସାହୁ, ବଜରଙ୍ଗ ଦଳର କର୍ମକର୍ତ୍ତା ଗୋବିନ୍ଦ ସେଠ୍, ରାଜ ନାଗ, ସମ୍ପଦ ଆଚାରି, କାହ୍ନା ରାଜପୁତ, ଜନ୍ମଜୟ ମହାକୁର, ଶିବା ରାଉତ, ମନୋହର ଥାଟି, କରନ୍ ଜାଲ, ନୀତେଶ ସାହୁ, ପପୁନ ହାତୀ, ଶମ୍ଭୁ ମହାକୁର ପ୍ରମୁଖ ବାଛୁରୀର ଶବ ସତ୍କାର ସମୟରେ ଉପସ୍ଥିତ ଥିଲେ । ବାଛୁରୀର ଶବ ସତ୍କାର ପର୍ଯ୍ୟନ୍ତ ତାହା କାହାର ବାଛୁରୀ ଜଣାପଡ଼ିପାରିନଥିଲା । ଅଞ୍ଚଳରେ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଥିବାରୁ ସେହି ଗୋରୁପଲର କୌଣସି ଏକ ବାଛୁରୀ ହୋଇଥାଇ ପାରେ ବୋଲି ବଜରଙ୍ଗ ଦଳର ସଦସ୍ୟ ଅଭିଯୋଗ କରି ତୁରନ୍ତ ଅଞ୍ଚଳରୁ ବେଆଇନ ଗୋ ଚାଲାଣ ବନ୍ଦ କରିବାକୁ ଦୃଢ଼ ଦାବୀ କରିଛନ୍ତି ।

Leave A Reply

Your email address will not be published.