ବଜ୍ରପାତରେ ମହିଳା ମୃତ : ଅନ୍ୟ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀନି ଗ୍ରାମର ଶିମିଳିଗୁଡା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜ୍ରପାତରେ ଉକ୍ତ ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଫଳରେ ଘଟଣାସ୍ଥଳରେ ଶିମିଳିଗୁଡା ସାହିର ଦୁତିକା ଜାନୀ(୨୩) ଏବଂ ଅଞ୍ଜନା ଜାନୀ(୨୫) ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଦୁଇ ମହିଳାଙ୍କୁ ଭର୍ତ୍ତି କରିଥିଲେ । ତେବେ ରାସ୍ତାରେ ଦୁତିକା ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଜନା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.