oum

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ : ୮ ଗୁରୁତର

jsm

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଝୁଲେନବର ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଗୋଟିଏ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଟୋରେ ବସିଥିବା ୮ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବଲାଙ୍ଗିର ମାଧିଆପାଲି କୁଢେରବାହାଲି ଗ୍ରାମରୁ କିଛି ଶ୍ରଦ୍ଧାଳୁ ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର ଠାରେ ଛୁଆର ଚୁଟିପକାଇ ଫେରିଲା ବେଳେ ଘଟିଛି ଅଘଟଣ । ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.