oum

ଗୁଳି ମାଡ଼ରେ ମା’ ମୃତ, ଝିଅ ଗୁରୁତର

jsm

କଳାହାଣ୍ଡି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ମା’ ମୃତ ଝିଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ରଣପୁର ଗାଁରେ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ଜେମାଦେଇ(୩୯) ଓ ତାଙ୍କ ଝିଅ ଦିବ୍ୟା ମାଝୀ(୯) ନିଜ ଚାଷଜମିକୁ ଯାଉଥିବା ବେଳେ ସେଠାରେ ସେମାନେ ଗୁଳିକାଣ୍ଡର ଶିକାର ହୋଇଥିଲେ । ପ୍ରଥମେ ତାଙ୍କୁ ଗାଁ ବୈଦ୍ୟଙ୍କ ପାଖରେ ଚେରମୂଳି ଔଷଧ ଦିଆଯାଇଥିବା ବେଳେ ରକ୍ତଶ୍ରାବ ବନ୍ଦ ନହେବାରୁ ତାଙ୍କୁ ବିଳମ୍ବିତ ରାତିରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦୁହିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ସକାଳୁ ଜେମାଦେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଦିବ୍ୟା ଗୁରୁତର ଥିବା ଜଣାପଡ଼ିଛି । ଏଭଳି ଗୁଳିକାଣ୍ଡ କିଏ ଘଟାଇଛି ତାହା ଏଯାଏଁ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ କର୍ଲାପାଟ ପୋଲିସର ତଦନ୍ତ ଜାରି ରହିଛି

Leave A Reply

Your email address will not be published.