om academy

ଭାଲୁଖାଇ ସ୍କୁଲ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ : ମା’ ଓ ପୁଅ ଗୁରୁତର

jsm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗ୍ରାମ ସରକାରୀ ସ୍କୁଲ ନିକଟରେ ରବିବାର ଦିନ ପ୍ରାୟ ୧୨ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଦୁର୍ଘଟଣା ଘଟଛି । ଏହି ଦୁର୍ଘଟଣାରେ ଗୋଟିଏ ବାଇକ୍‌ରେ ଥିବା ମାଆପୁଅ ଗୁରୁତର ହେବାର ଗ୍ରାମବାସୀ ବେଲପଡା ସରକାରୀ ଡାକ୍ତରଖାନାକୁ ଫୋନ କରିବାରୁ ଆମ୍ବୁଲାନ୍ସ ଆସି ଗୁରୁତରଙ୍କୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପୁଅକୁ ବଲାଙ୍ଗିର ବଡ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାଯାଏ ଯେ, ବେଲପଡା ଥାନା ବାଲିଖମାର ଗାଁର ମାଆପୁଅ କଣ୍ଟାବାଞ୍ଜିରୁ ନିଜ ଗାଁକୁ ଯିବା ପାଇଁ ମହୁଳବାହାଲି- ନୁନହାଡ ପି. ଡବ୍ଲୁ. ଡି. ରୋଡ୍‌ରେ ଯାଉଥିବା ବେଳେ ଭାଲୁଖାଇ ଗ୍ରାମର ଜଣେ ଯୁବକ ତାକୁ ମୁହାଁମୁହିଁ ଧକ୍କା ଦେବାରୁ ମାଅପୁଅ ଘଟଣାସ୍ଥଳରେ ହିଁ ପଡିଯାଇ ଖଣ୍ଡିଆ ଖାବରା ହୋଇଥିଲେ । ପୁଅର ଅବସ୍ଥା ଅତି ଗୁରୁତର ଥିବାରୁ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମାଆର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପୁଅର ମଧ୍ୟ ଗୁରୁତର ଅବସ୍ଥା ରହିଥିଲା । ମୋଟର ସାଇକଲ ଦୁଇଟି ଓଆର୍‌୦୩ଇ-୮୯୨୫ ହୋଇଥିବା ବେଳେ ଅନ୍ୟ ମୋଟର ସାଇକଲଟି ଓଆର୍‌-୦୩ସି-୭୪୦୭ । ଦୁର୍ଘଟଣା ଘଟିବା ବେଳେ ପୋଲିସକୁ ଖବର ମିଲିପାରି ନଥିଲା ।

Leave A Reply

Your email address will not be published.