om academy

ଓଭର୍‌ବ୍ରିଜ୍‌ ଉପରୁ ଓଲଟିଲା ଆଇଚର୍‌ : ୨ ଗୁରୁତର

jsm

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଓଭର୍‌ବ୍ରିଜ୍‌ ଉପରୁ ଏକ ଥଣ୍ଡା ପାନୀୟ ବୋଝେଇ ଆଇଚର୍‌ ଓଲଟି ପଡ଼ିଛି । ବୁଧବାର ଭୋର ସମୟରେ ଗାଡ଼ିଟି ବାଲେଶ୍ଵର ପଟୁ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ହେଲ୍‌ପର୍‌ ଓ ଚାଳକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.