om academy

ଜମିକୁ ନେଇ ଛୁରାମାଡ଼ ଆକ୍ରମଣ : ଝିଅ ମୃତ, ମା’ ଗୁରୁତର

jsm

ସମ୍ବଲପୁର : ଗତ ୧୪ ତାରିଖର ଛୁରାମାଡ଼ ଘଟଣାରେ ଗୁରୁତର ଭାବରେ ଆହତ ପାୟଲ ଦାସଙ୍କର ଗତ ରାତି ପ୍ରାୟ ୧ଟାରେ ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପରଲୋକ ଘଟିଛି । ମା’ ଇନ୍ଦୁ ଦାସ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସୂଚନାଯୋଗ୍ୟ, ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଏକ ଛୋଟ ଟେଲରିଂ ଦୋକାନ କରି ମା’ ଓ ଝିଅ ବହୁ ପରିଶ୍ରମ କରି ଦାନୀପାଲିରେ ଏକ ଜମି କିଣିଥିଲେ । ବହୁ କଷ୍ଟରେ ଘର ନିର୍ମାଣ କରିବାକୁ ଗଲା ବେଳେ ପ୍ରଥମରୁ ହିଁ ପଡ଼ୋଶୀ ଗଣ୍ଡଗୋଳ କରିଥିଲେ । ଜାଣିବାକୁ ପାଇଲେ ଯେ, ପଡ଼ୋଶୀ ଗଣ୍ଡଗୋଳ କରିବାରୁ ଜମିର ପୂର୍ବତନ ମାଲିକ ତାକୁ ବିକ୍ରି କରି ଦେଲେ । ଜମିକୁ ବାରମ୍ବାର ମପାଇ ସତର୍କତା ଅବଲମ୍ବନ ପୂର୍ବକ ଘର ତିଆରି କଲେ । ତେବେ ବାରମ୍ବାର ଗଣ୍ଡଗୋଳ ଯୋଗୁଁ ଏହା ଦେହସୁହା ହୋଇଥିଲା । ଶେଷରେ ମା’ ଓ ଝିଅ ଦୋକାନ ଖୋଲିବା ପାଇଁ ୧୪ ତାରିଖରେ ଘରୁ ବାହାରି ଥିବା ବେଳେ ବର୍ବରତାର ସହ ଆକ୍ରମଣର ଶିକାର ହୋଇଥିଲେ ।

Leave A Reply

Your email address will not be published.