om academy

ଘସିଏନ୍‌ରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଡ୍ରାଇଭର ଗୁରୁତର

jsm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ଘସିଏନ୍‌ କଲେଜ ଛକ ପାଖରେ ଆଜି ପୂର୍ବାହ୍ନ ୯.୩୦ଟା ସମୟରେ ଏକ ଅଟୋ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଅଟୋ ଗାଡ଼ିରେ ରହିଥିବା ଯାତ୍ରୀ ଓ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଦ୍ୱାରା ପାଟଣାଗଡ ହସ୍ପିଟାଲକୁ ପଠାଇଛନ୍ତି । ଜଣେ ପୁରୁଷ ଏବଂ ୩ ଜଣ ମହିଳା ଅଟୋ ଯାତ୍ରୀ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନେ ଘସିଏନ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାଗ୍ରସ୍ତ ଅଟୋ ଗାଡ଼ିର ନଂ ଓଡି୦୩ୱାଇ୮୦୫୮ ବୋଲି କୁହାଯାଉଛି ।

Leave A Reply

Your email address will not be published.